?????

ଝାରସୁଗୁଡା ପୌରପାଳିକାରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଚେତାବନୀ

ଝାରସୁଗୁଡା: ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇଲା ଝାରସୁଗୁଡା ପୌରପାଳିକା । ଲୋକଙ୍କ ପାଖରେ ଏହି ଖବର ଜଣାଇବା ପାଇଁ ପୌରପାଳିକା ସଚେତନତା କାର୍ଯ୍ୟକ୍ରମ ଜାରି କରିଛି। ମଙ୍ଗଳବାର ପ୍ରଥମ ଦିନରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ପୌରପାଳିକାର ସ୍କାଡ ବିଭିନ୍ନ ଦୋକାନ ଏବଂ ରାସ୍ତା କଡ଼ରେ ଥିବା ଷ୍ଟଲ୍ ପରିଦର୍ଶନ କରି ରାସ୍ତାରେ ଫଳ ଏବଂ ପନିପରିବା ବିକାଳିଙ୍କ ଠାରୁ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରିଛନ୍ତି ।

ଝାରସୁଗୁଡା ପୌରପାଳିକାରେ, 50 ମାଇକ୍ରନ୍ ତଳେ ସିଙ୍ଗଲ୍ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ହେଲେ ଏହାକୁ ସ୍ଥାନୀୟ ଲୋକମାନେ ମାନୁନଥିବା ଦେଖିବାକୁ ମିଳିଛି । ଝାରସୁଗୁଡା ପୌରପାଳିକା ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ ସୁପରଭାଇଜରଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି। ଏଥିପାଇଁ ସମସ୍ତ ଦୋକାନ ଏବଂ ରାସ୍ତା କଡ଼ରେ ଥିବା ବିକ୍ରେତାଙ୍କୁ ପରିଦର୍ଶନ କରି ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ କହିଥିଲେ।

ଏହାପରେ ମଙ୍ଗଳବାର ଏକ ଟିମ୍ ଚାନ୍ଦ ଚକ୍ ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ପରିଦର୍ଶନ କରିଥିଲେ। ଏହାପରେ ଦୋକାନ ମାଲିକ ଏବଂ ରାସ୍ତା କଡ଼ରେ ଥିବା ଦୋକାନୀଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ କହିଥିଲେ। ଅନେକ ଦୋକାନୀ ଏ ଦିଗରେ ସଚେତନ ଅଛନ୍ତି ଟିମ୍ ଜାଣିବାକୁ ପାଇଥିଲା। ଯେଉଁମାନେ ବ୍ୟବହାର କରୁଥିଲେ ସେମାନଙ୍କୁ କେବଳ ଜୋରିମାନା ଲାଗୁ କରାଯାଇଥିବା ବେଳେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କୁହାଯାଇଥିବା ଝାରସୁଗୁଡା ମ୍ୟୁନିସିପାଲିଟିର ସାନିଟାରୀ ଇନ୍ସପେକ୍ଟର ମଦନାନନ୍ଦ ସେଥ୍ କହିଛନ୍ତି ।

Related Articles

Leave a Reply

Back to top button
error: Content is protected !!