?????

ଦୁଷ୍କର୍ମ ମାମଲାରେ 20 ବର୍ଷ ଜେଲ ଦଣ୍ଡ ଦେଲେ କୋର୍ଟ

ଝାରସୁଗୁଡ଼ା: ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ l ସ୍ୱତନ୍ତ୍ର ପୋକସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଜଜର ବିଚାରପତି ନୀଳଗିରି ଜେନା ଏହି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l ଏହି ମାମଲା 3 ବର୍ଷ ତଳର l ଜଣେ 7 ବର୍ଷର ଶିଶୁକନ୍ୟାକୁ ବ୍ରଜରାଜନଗରର ମୁଣ୍ଡାପଡାର ଆକାଶ ଓରଫ ମକରଧ୍ୱଜ କୁମୁରା ଏଭଳି ଏକ କୁତ୍ସିତ କାରନାମା କରିଥିଲାl

ଉଲ୍ଲେଖଯୋଗ୍ୟ, 2019 ଅକ୍ଟୋବର 7 ତାରିଖରେ ଅପରାହ୍ନରେ ପ୍ରାୟ 3ଟା ବେଳେ 7 ବର୍ଷର କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିବାବେଳେ ଆକାଶ ଖାଦ୍ୟ ଖାଇ ଯିବା ପ୍ରଲୋଭାନ ଦେଖାଇ ନେଇ ଯାଇଥିଲା l ପରେ ପାଖରେ ଥିବା ଏକ ନାଳ ନିକଟରେ ଦୁଷ୍କର୍ମ କରି ଛାଡି ଦେଇଥିଲା l ଏହି ସମୟରେ ନାଳ ନିକଟକୁ କିଛି ଲୋକ ଆସୁଥିବା ଦେଖି ନାବାଳିକାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ପଳେଇଥିଲା ଆକାଶ l ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା l ଏଵେ ଏହି ମାମଲାରେ ଶୁଣାଣି କରି ଆଇପିସିର ଧାରା 366 ଏବଂ ଧାରା 376 ଆଧାରରେ ଯଥାକ୍ରମେ 5 ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ସହିତ 2 ହଜାର ଟଙ୍କା ଜୋରିମାନା ଏବଂ 20 ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହିତ 25 ହଜାର ଟଙ୍କା ଜୋରିମାନା ନିର୍ଦ୍ଧେଶ ଦେଇଛନ୍ତି l ମାମଲାର ରାୟ ଶୁଣାଣି ବେଳେ କୋର୍ଟ ମୋଟ 20 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ l ଅଭିଯୁକ୍ତଙ୍କୁ ସମର୍ଥନ କରି କିନ୍ତୁ କେହି ସାକ୍ଷୀ ଗ୍ରହଣ କରିନଥିଲେ l

Related Articles

Leave a Reply

Back to top button
error: Content is protected !!