?????

ଗୁରୁବାର ଗୋପାଳର ହେଲା ପଲିଗ୍ରାଫ ଟେଷ୍ଟ, ଶୁକ୍ରବାର ନାର୍କୋ ଟେଷ୍ଟ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ଗୁରୁବାର ପଲିଗ୍ରାଫ ଟେଷ୍ଟ ହୋଇଛି। ଶୁକ୍ରବାର (ଆଜି) ନାର୍କୋ ଟେଷ୍ଟ ହେବ। ଗୁଜରାଟ ଗାନ୍ଧୀନଗରରେ ଥିବା ଏସଏଫଏସଏଲରେ ଏହି ପରୀକ୍ଷା ହୋଇଛି ବୋଲି ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ଏହି ସୂଚନା ଦେଇଛି।

ବୁଧବାର ଝାରସୁଗୁଡା ଜେଏମଏଫସି କୋର୍ଟଙ୍କ ଅନୁମତିକ୍ରମେ ଗୋପାଳ ଦାସଙ୍କୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଗୁରୁବାର ତୃତୀୟ ପର୍ଯାୟ ରିମାଣ୍ଡର ପ୍ରଥମ ଦିନ ଥିଲା। ଏହି ୫ ଦିନିଆ ରିମାଣ୍ଡରେ ଗୁଜରାଟ ଆଣି ଅଭିଯୁକ୍ତର ପଲିଗ୍ରାଫ ଏବଂ ନାର୍କୋ ପରୀକ୍ଷା କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ୍। ଏଥିପାଇଁ କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ ଗୁଜରାଟ ଅହମ୍ମଦାବାଦ ଯାଇଛନ୍ତି।

ପୂର୍ବରୁ ଦୁଇଟି ରିମାଣ୍ଡ ବେଳେ ଗୋପାଳ ଅନେକ କିଛି କଥା ତଦନ୍ତକାରୀ ଟିମ୍ ଆଗରେ କହିଛି। ହେଲେ ତାହା କେତେ ସତ କେତେ ମିଛ ଏବଂ ସେ ମାନସିକ ରୋଗୀ ବୋଲି ପରିବାର ଲୋକେ ଯେଉଁ ଅଭିଯୋଗ ଆଣିଛନ୍ତି ଜାଣିବାକୁ ତଦନ୍ତକାରୀ ଟିମ୍ ବିଭିନ୍ନ ପରୀକ୍ଷା କରିଛି ଏବଂ ଆଉ କିଛି ବାକି ରହିଛି ବୋଲି ତଦନ୍ତକାରୀ ଟିମ୍ ସୂଚନା ଦେଇଛି।

ଏହାପୂର୍ବରୁ ଗୋପାଳଙ୍କର ମାନସିକ ସ୍ଥିତି ପରୀକ୍ଷା କରିବାକୁ ଯାଇ ଏଲଭିଏ ପରୀକ୍ଷା ହୋଇଛି। ଯାହା ଝାରସୁଗୁଡାରେ ନୂଆଦିଲ୍ଲୀର ସିଏଫଏସଏଲ ଟିମ୍ ୬ ତାରିଖରେ ପରୀକ୍ଷା କରିଥିଲା। ସେହିପରି ମନସ୍ତତ୍ୱବିତଙ୍କୁ ନେଇ ଗଠିତ ଏକ ମେଡିକାଲ ବୋର୍ଡ ମଧ୍ୟ ଗୋପାଳଙ୍କର ମାନସିକ ପରୀକ୍ଷା କରିଛି ଯାହାର ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି।

ସେହିପରି ଗୁଜରାଟ ଏସଏଫଏସଏଲ ଗାନ୍ଧୀନଗରର କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ଯାଇ ସିନ୍ ରିକ୍ରିଏସନ କରିଛି। ୭ ତାରିଖ ଦିନ ଏହି ସିନ୍ ରିକ୍ରିଏସନ ହୋଇଥିବା ବେଳେ ଏହାର ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି।

ଅଭିଯୁକ୍ତଙ୍କ ଆର୍ଥିକ କାରବାର ଓ ତାଙ୍କ ପରିବାର ସମ୍ବନ୍ଧୀୟ ତଥ୍ୟକୁ ତଦନ୍ତକାରୀ ଟିମ୍ ଅନୁଧ୍ୟାନ କରୁ୍ଥିବା କହିଥିବା ବେଳେ
ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ବିଭିନ୍ନ ଟିମ୍ ଦ୍ୱାରା ସଂଗୃହୀତ ଦସ୍ତାବିଜ ଓ ପ୍ରମାଣକୁ ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କ ସବିଶେଷ ଚାକିରି କାଳ ମଧ୍ୟରେ କଣ କଣ କରିଛନ୍ତି ଜଣେ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି।

Related Articles

Leave a Reply

Back to top button
error: Content is protected !!