?????

ଝାରସୁଗୁଡା ସମେତ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଝାରସୁଗୁଡା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଅଗଷ୍ଟ ୧୭ ଏବଂ ୧୮ ରେ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡିଶାର କେତେକ ଅଞ୍ଚଳରେ ବୃଷ୍ଟିପାତ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା ଏବଂ ସୁନ୍ଦରଗଡ ସମେତ ଆଭ୍ୟନ୍ତରୀଣ ତଥା ପଶ୍ଚିମ ଓଡିଶାର ଅନେକ ଅଂଶ ବୃଷ୍ଟିପାତ ହେବ। ଏ ନେଇ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି।

ଆଇଏମଡି ଅନୁଯାୟୀ, ଉତ୍ତର-ପଶ୍ଚିମ ଛତିଶଗଡ ଏବଂ ପୂର୍ବ ମଧ୍ୟପ୍ରଦେଶକୁ ଲାଗିଥିବା ପେଣ୍ଡ୍ରା ରୋଡ (ଛତିଶଗଡ) ଠାରୁ ପ୍ରାୟ ୨୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଅବପାତ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେବ।

ବିଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଅନେକ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ସର୍ବାଧିକ ୩୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତା’ପରେ କୋରାପୁଟର କୋଟପାଡରେ ୨୯୩ ମିଲିମିଟର, କେ.ନୁଗାଓଁରେ ୨୩୫.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଓଡିଶାର ୭ ଟି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୪୩ଟି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫-୨୦୦ ମିଲିମିଟର ବର୍ଷା ହୋଇଛି ବୋଲି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Related Articles

Leave a Reply

Back to top button
error: Content is protected !!