?????

ଛାତ୍ରଛାତ୍ରୀ ଏବଂ ଚିକିତ୍ସାଧିନ ରୋଗୀମାନଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କଲା ଭୁବନେଶ୍ୱର ଏମ୍‍ସ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‍ସ ଏହାର ଛାତ୍ରଛାତ୍ରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି । ଛାତ୍ର ତଥା ଚିକିତ୍ସାଧିନ ରୋଗୀଙ୍କୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ଜାତୀୟ ପ୍ରତିଷ୍ଠାନ ଖାଦ୍ୟରେ ମିଲେଟ ସାମିଲ କରିଛି । ଏମ୍‍ସ ଭୁବନେଶ୍ୱରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ‘ଉତ୍କଳ ଦିବସ’ ଏବଂ ଜି -୨୦ ଜନ ଭାଗିଦାରୀ ଅଭିଯାନର ଶୁଭ ଉତ୍ସବ ପାଳନ ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲେ । ଡାକ୍ତର ବିଶ୍ୱାସ ଚିକିତ୍ସାଧିନ ରୋଗୀଙ୍କୁ ମିଲେଟ ଯୁକ୍ତ ଖାଦ୍ୟ ପଦାର୍ଥ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିସହ କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାଇନିଂ ହଲରେ ଛାତ୍ରମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ଛାତ୍ରଛାତ୍ରୀ ଏବଂ ଚିକିତ୍ସାଧିନ ରୋଗୀମାନେ ସେମାନଙ୍କର ଖାଦ୍ୟର ଏକ ଅଂଶ ଭାବରେ ମିଲେଟ ପାଇ ବହୁତ ଖୁସି ହୋଇଥିଲେ ।

ଏହି ଅବସରରେ କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି, ଆମେ ଆମର ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିବାକୁ ଉତ୍ସାହିତ ଅଟୁ । ଆମେ ବିଶ୍ୱାସ କରୁଛୁ ଯେ ଏହା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଆବଶ୍ୟକ ତନ୍ତୁ ଯୋଗାଇବ । ଆମେ ଆମର ରୋଗୀଙ୍କୁ ସର୍ବୋତ୍ତମ ଯତ୍ନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେହି ଦିଗରେ ଆମେ ଗ୍ରହଣ କରୁଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ । ସେହିଭଳି ଛାତ୍ରଛାତ୍ରୀମାନେ ପୁରାତନ ସ୍ଥାନୀୟ ଉପଲବ୍ଧ ଖାଦ୍ୟରୁ ସମୃଦ୍ଧ ପୁଷ୍ଟିକର ଏବଂ ଖଣିଜ ପଦାର୍ଥ ପାଇବେ, ଯାହା ସେମାନଙ୍କର ଓଜନ ଏବଂ ରୋଗ ପ୍ରତିରୋଧର ଯତ୍ନ ନେବ ବୋଲି ଡାକ୍ତର ବିଶ୍ୱାସ କହିଛନ୍ତି ।

ଭାରତର ଜି -୨୦ ଅଧ୍ୟକ୍ଷତାକୁ ଶକ୍ତିଶାଳୀ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରୁ ପ୍ରେରଣା ପାଇ ଭୁବନେଶ୍ୱର ଏମ୍‍ସ ମାସେବ୍ୟାପି ଅନେକ କାର୍ଯ୍ୟକ୍ରମର ଯୋଜନା କରିଛି । ଉତ୍ତମ ଅଭିଯାନର ଏକ ଅଂଶ ଭାବରେ, ଏମସ ଭୁବନେଶ୍ୱର ‘ଉତ୍କଳ ଦିବସ’ ରେ ଛାତ୍ର ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି ବୋଲି ଅନୁଷ୍ଠାନର ରେଜିଷ୍ଟ୍ରାର ବି ବି ମିଶ୍ର ସୂଚନା ଦେଇଛନ୍ତି ।

ମିଲେଟଗୁଡିକର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଓପିଡି ପ୍ରବେଶ ସ୍ଥାନରେ ଏକ ସଭା ଆୟୋଜନ କରାଯାଇଥିଲା । କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଡାକ୍ତର ଅଶୋକ କୁମାର ଜେନାଙ୍କ ଦ୍ୱାରା ମିଲେଟ ଉପରେ ଲିଖିତ ପୁସ୍ତକ ‘ମିଲେଟର ସ୍ୱାସ୍ଥ୍ୟ ଉପକାର ଏବଂ ରୋଗ ଉପରେ ପ୍ରଭାବ’କୁ ଜନସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ଆମର ଦୈନନ୍ଦିନ ଖାଦ୍ୟରେ ମିଲେଟର ଗୁରୁତ୍ୱ ଉପରେ ଭୁବନେଶ୍ୱର ଏମସର ଖାଦ୍ୟ ବିଶେଷଜ୍ଞ ସୌମ୍ୟା ସୁଚରିତା ପୃଷ୍ଟି କହିଥିଲେ ।

Related Articles

Leave a Reply

Back to top button
error: Content is protected !!