ଅନାଥ ଜାଁଳା ଛୁଆକୁ ଉଦ୍ଧାର କଲା ଶିଶୁ ସହାୟତା କେନ୍ଦ୍ର

0
221

ଝାରସୁଗୁଡ଼ା: ବୁଧବାର (ମେ 6) ସକାଳେ ବ୍ରଜରାଜନଗରରୁ 7 ବର୍ଷର ଦୁଇ ଜାଁଳା ପୁଅ-ଝିଅକୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସହାୟତା କେନ୍ଦ୍ର। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ଏହି ସୂଚନା ଦେଇଛନ୍ତି। ଜାଁଳା ଭାଇ-ଭଉଣୀ ଉଦ୍ଧାର ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗ ଉଭୟଙ୍କୁ ଜିଲ୍ଲା ପ୍ରଶାସନର ସହଯୋଗରେ କୋଭିଡ କେୟାରକୁ ନେଇଥିଲା। ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଉଭୟଙ୍କର ରିପୋର୍ଟ ନେଗେଟିଭ୍ ରହିଛି।

ଜାଁଳା ଶିଶୁଙ୍କୁ ତାଙ୍କ ପରିଚୟ ବାବଦରେ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋଗ ନେଇଥିଲା। ଏହାପରେ ଏହି ଜାଁଳା ଶିଶୁଙ୍କ ବାପା ଦୁଇ ବର୍ଷ ତଳେ ପ୍ରାଣ ହରାଇଥିବା ଜଣାପଡ଼ିଥିବା ବେଳେ ମେ 23ରେ ତାଙ୍କ ମା କୋଭିଡରେ ମଙ୍ଗଳ ବଜାର ସ୍ଥିତ କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଥିବା ସୂଚନା ରହିଛି। ଏବେ ଏହି ଅସହାୟ ଶିଶୁଙ୍କ ସମସ୍ତ କଥା ପ୍ରଶାସନ ବୁଝିବ ବୋଲି ଚାଇଲ୍ଡ ଓ୍ୱେଲଫେୟାର କମିଟିର ଅଧ୍ୟକ୍ଷ ଆନନ୍ଦୀ ପାଢୀ କହିଛନ୍ତି।