ମଣିଷ କାମୁଡି ଦେବାରୁ ସାପର ମୃତ୍ୟୁ

0
76

ଯାଜପୁର: ସାପ କାମୁଡି ଦେଲା ବୋଲି ଯାଜପୁର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତି ସେହି ସାପକୁ କାମୁଡ଼ି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ଜିଲ୍ଲାର ଶାଲିଜଙ୍ଗା ପଞ୍ଚାୟତର ଗମ୍ଭାରିପଟିଆ ଗାଁର କିଶୋର ବାଦ୍ରା।

ବାଦ୍ରା କହିଛନ୍ତି, ‘ବୁଧବାର ସନ୍ଧ୍ୟାରେ ଯେତେବେଳେ ମୁଁ କାମ ସାରି ଘରକୁ ଫେରୁଥିଲି ହଠାତ୍ ମୁଁ ଗୋଟିଏ ସାପ ଉପରେ ପାଦ ରଖି ଦେଇଥିଲି। ତେଣୁ ସେହି ସାପଟି ମୋତେ କାମୁଡି ଦେଇଥିଲା। ଏହାପରେ ସଙ୍ଗେ ସଙ୍ଗେ ମୁଁ ସାପକୁ କାମୁଡି ଦେଇଥିଲି’।

କହିରଖୁଛୁ ଏହା ଚିତ୍ତି ସାପ ବୋଲି ଜଣାପଡ଼ିଛି। ପରେ ସେ ସାପଟିକୁ ଧରି ଗାଁରେ ଧରି ବୁଲିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସାପ ବିଷାକ୍ତ ବୋଲି କୁହାଯାଉଥିବାରୁ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ଯିବାକୁ କହିଥିଲେ। ତେବେ ବାଦ୍ରା ସ୍ଥାନୀୟ କ୍ୱାକଙ୍କ ପାଖରୁ ଡାକ୍ତରଙ୍କଠାରୁ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏପର୍ଯ୍ୟନ୍ତ କୌଣସି ସ୍ୱାସ୍ଥ୍ୟଗତ ଜଟିଳତାର ସାମ୍ନା କରିନଥିବା କହିଛନ୍ତି।