?????

ପୁଣି ଝିଅକୁ ପ୍ରତିନିଧି ଭାବରେ ସାମିଲ କରାଇ ଅଡୁଆରେ ମନ୍ତ୍ରୀ ନବ ଦାସ

ସମ୍ୱଲପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଇସାରାରେ ବାଡିଟିଏ ବି ହଲେନି। କିନ୍ତୁ ନବୀନଙ୍କ ନିର୍ଦ୍ଦେଶ ଭାଙ୍ଗିବାରେ ରେକର୍ଡ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଗତ ୨୫ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ନବଙ୍କ ବଦଳରେ ତାଙ୍କକ ପ୍ରତିନିଧି ହୋଇ ଦୀପାଳି ଦାସ ଯୋଗ ଦେଇଥିଲେ। ଏନେଇ ଦୀପାଳି ନିଜ ଫେସବୁକରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଝାରସୁଗୁଡାରେ ରାଜନୀତି ତେଜିଛି।

କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ନିଜର ରକ୍ତ ସଂପର୍କୀୟଙ୍କୁ ପ୍ରତିନିଧି କରିପାରିବେ ନାହିଁ ବୋଲି ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଏବେର ମନ୍ତ୍ରୀ କଂଗ୍ରେସର ବିଧାୟକ ଥିଲେ। ଏହାପରେ ୨୦୧୯ରେ ନବ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇ ମନ୍ତ୍ରୀ ହୋଇଛନ୍ତି। ପରେ ତାଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରତିନିଧି କରାଇଥିଲେ। ହେଲେ ଏହାକୁ ନେଇ ବିବାଦ ବଢିବା ପରେ ନବ ପ୍ରତ୍ୟାହାର କରି ନେଇଥିଲେ। ଆଉ ଜାଣିପାରିଥିଲେ ନବୀନଙ୍କ ନିର୍ଦ୍ଦେଶ ରହିଛି ପୂର୍ବରୁ। ତେବେ ଏହା ଜାଣିବା ପରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ପୁଣିଥରେ କେଉଁ ଆଧାରରେ ଏବେ ଦିପାଳୀଙ୍କୁ ନିଯୁକ୍ତ କଲେ ତାହା ଏବେ ବଡ଼ ପ୍ରଶ୍ନ?

ଏହାକୁ ନେଇ ଝାରସୁଗୁଡା ରାଜନୀତି ମଧ୍ୟ ସକ୍ରିୟ ହୋଇଛି। ବିଜେପି ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି, ୨୦୧୪ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଧାୟକ ବା ମନ୍ତ୍ରୀ ମାନଙ୍କ ସମ୍ପର୍କୀୟ ମାନେ ତାଙ୍କର ପ୍ରତିନିଧି ଭାବେ ରହି ପାରିବେ ନାହିଁ। ୨୦୨୦ ମସିହାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କ ନାମ ପ୍ରତିନିଧିପଦରୁ ହଟାଇ ଦିଆଗଲା। କିନ୍ତୁ ଦୁଇଦିନ ତଳେ ସେ ଜିଲ୍ଲା ପରିଷଦ ବୈଠକରେ ଥିଲେ, ଏ ନିୟମ କାହା ପାଇଁ ବୋଲି ସେ ପ୍ରଶ୍ୱ କରିଛନ୍ତି।

ଝିଅ ହେଲା ପ୍ରତିନିଧି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କଲା ବିଜେପି

Related Articles

Leave a Reply

Back to top button
error: Content is protected !!