ହୀରାକୁଦ ଜଳଭଣ୍ଡାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
62

ଇବଥର୍ମାଲ: ହୀରାକୁଦ ଜଳ ଭଣ୍ଡାରରୁ ଜଣେ 21 ବର୍ଷୀୟ ଯୁବକ ବାବର ହୁସେନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗାଧୋଇବା ବେଳେ ହୁସେନଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ବନହରପାଲି ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ କରିଛି।

ସୂଚନାଯୋଗ୍ୟ, 22 ତାରିଖ ଦିନ ମଧ୍ୟାହ୍ନ ଜଣେ 10 ବର୍ଷୀୟ ପୁଅ ସାହିଲ ଏବଂ ବାବର ବାଇକରେ ହୀରାକୁଦ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ସାହିଲ ବାଇକ୍‌ ପାଖରେ ଥିଲେ ଓ ବାବର ଗାଧୋଇବାକୁ ପାଣି ଭିତରକୁ ପଶିଥିଲେ। ଏହାପରେ ସେ ଆଉ ପାଣି ଭିତରରୁ ବାହାରି ପାରିନଥିଲେ। ସାହିଲ ଅନେକ ସମୟ ବାବରକୁ ଅପେକ୍ଷା କରି ଘରକୁ ଫେରି ଯାଇଥିଲେ। ଏହାପରେ ସେ ଘରେ ସମସ୍ତ କଥା କହିଥିଲେ। ଏହାପରେ ବାବରଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳକୁ ଆଇଆଇସି ରଶ୍ନିତା ବେହେରା ଯାଇ ତଦନ୍ତ କରିଥିଲେ। ଏହାପରେ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ଅଧିକାରୀ ପହଞ୍ଚି ଖୋଜାଖୋଜି କରିବା ପରେ ବାବରଙ୍କ ମୃତଦେହକୁ ହାରାକୁଦ ଜଳଭଣ୍ଡାରରୁ ଉଦ୍ଧାର କରିଛନ୍ତି।