?????

ଦିନ ଦ୍ୱିପ୍ରହରରେ 90 ହଜାର ଟଙ୍କା ଲୁଟ୍

ଝାରସୁଗୁଡା: ଜିଲ୍ଲାରେ ଆତଙ୍କ, ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜରାସ୍ତାରେ ସମସ୍ତଙ୍କ ସାମ୍ନାରେ ହୋଇଛି ଲୁଟ୍ । ଜଣେ ବ୍ୟକ୍ତି ଚା ପିଉଥିବା ବେଳେ ତାଙ୍କ ଗାଡିର ଡିକି ଭାଙ୍ଗି ଦୁର୍ବୃତ୍ତ 90 ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଝାରସୁଗୁଡା ଜିଲ୍ଲାର ଲମତିବାହାଲରେ ଏପରି ହୋଇଛି ଲୁଟ୍ ।

ବ୍ରଜରାଜନଗରର ଅହମଦ ନାମକ ଜଣେ ବ୍ୟକ୍ତି କଣ୍ଟ୍ରାକ୍ଟର ଭାବେ କାମ କରନ୍ତି । ସେ 11ଟା 30 ମିନିଟ୍ ସମୟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇଥିଲେ । 10 ହଜାର ଟଙ୍କା ପ୍ୟାଣ୍ଟ ପକେଟରେ ରଖି ବାକି ଟଙ୍କା ଗାଡିର ଡିକିରେ ରଖିଥିଲେ । ଏହାପରେ ସେ ରାସ୍ତାରେ ଚା ପିଇବାକୁ ଗାଡି ରଖିଥିଲେ । ଚା ପିଇ ଗାଡି ପାଖକୁ ଫେରିବା ବେଳକୁ ଦେଖିଥିଲେ ତାଙ୍କ ଡିକି ଭଙ୍ଗାହୋଇଛି। ଆଉ ସେ ରଖିଥିବା ଟଙ୍କା ନାହିଁ । ଏହାୁପରେ ସେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ଗ୍ରହଣ କରି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଯୋଜନା କରୁଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!