ନକଲି ମଦ ବେପାର କରି ଫସିଲେ ଦୁଇ ଭାଇ, ଟାଣି ନେଇଗଲେ ଅବକାରୀ ଅଧିକାରୀ

0
82

ଝାରସୁଗୁଡା: ନକଲି ମଦ ବିକ୍ରି ତିଆରି କରି ବିକ୍ରି କରାଯାଉଥିବା ଅଭିଯୋଗରେ ଦୁଇ ଜଣ ଗିରଫ । ଅଭିଯୁକ୍ତ ଦୁଇ ଜଣ ହେଲେ ଦୁଇ ଭାଇ ଶିବ କୁମାର ସନରା ଏବଂ ସରୋଜ କୁମାର ସନରା । ଉଭୟଙ୍କୁ ଅବକାରୀ ଅଧିକାରୀ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ରଜରାଜନଗର ଗଣେଶନଗରରେ ଏହି ଦୁଇ ଭାଇ ବେଆଇନ ସହିତ ନକଲି ମଦ କାରବାର ଚଳାଇଥିଲେ। ସମ୍ୱଲପୁର ଅବକାରୀ ବିଭାଗ ଏ ନେଇ ଖବର ପାଇବା ପରେ ଶନିବାର ସ୍ଥାନୀୟ ପ୍ରଶାସନ ଏବଂ ପୁଲିସକୁ କୌଣସି ସୂଚନା ନଦେଇ ଠିକଣା ସ୍ଥାନରେ ଚଢାଉ କରିଥିଲା।

ଅବକାରୀ ବିଭାଗ ଚଢାଉ କରି ଖାଲି ମଦ ବୋତଲ 200ଟି ଏବଂ ବିଭିନ୍ନ ବିଦେଶୀ ମଦ କମ୍ପାନୀର ନକଲ ତିଆରି କରି ମଦ ବିକ୍ରି କରାଯାଉଥିବା ଜାଣିବାକୁ ପାଇଛି । ତେବେ ଚଢାଇ ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କ ବାପା ଫେରାର ହୋଇଯାଇଥିବା ସୂଚନା ରହିଛି।

ଅବକାରୀ ବିଭାଗ ଅଧିକାରୀ ସ୍ମୃତିକାନ୍ତ ରାଉତ କହିଛନ୍ତି, ବେଆଇନ କାରବାର ନେଇ ପକ୍କା ସୂଚନା ମିଳିବା ପରେ ଆଜି ଆମ ଟିମ୍ ବ୍ରଜରାଜନଗର ସ୍ଥିତ ଗଣେଶନଗରରେ ରେଡ୍ କରିଥିଲା। ଏହି ରେଡ୍ ବେଳେ 200଼ଟି ବିଭିନ୍ନ ବିଦେଶୀ ମଦ କମ୍ପାମୀର ନକଲି ବୋତଲ, 2277 ଖଣ୍ଡ କର୍କ (ମଦ ବୋତଲର ଠିପି), ମଦ କମ୍ପାନୀର ଷ୍ଟିକର ଇତ୍ୟାଦି ମିଳିଥିଲା । ମଦ ତିଆରି କରିବାକୁ ଯାଇ ପାଣିରେ ନକଲି ସ୍ପିରିଟ୍ ବ୍ୟବହାର କରାଯାଉଥିଲା ବୋଲି ଜଣାପଡିଛି। ଯାହାକି ସ୍ୱାସ୍ଥ୍ୟ ପାଇଁ ହାନିକାରକ।