ଜନ୍ମମାଟିରେ ଚାରି ହକି ଖେଳାଳି

0
72

ଝାରସୁଗୁଡା: ଶେଷରେ ଜନ୍ମମାଟିରେ ପାଦ ଥାପିଲେ ଦେଶର ଅଲିମ୍ପିକ୍ସ ଷ୍ଟାର। ଟୋକିଓ ଯାତ୍ରା ସାରି ନୂଆଦିଲ୍ଲୀ, ଭୁବନେଶ୍ୱର କାର୍ଯ୍ୟକ୍ରମ ସାରିବା ପରେ ଶେଷରେ ଝାରସୁଗୁଡା ବିମାନ ବନ୍ଦରରେ ଓହ୍ଲାଇ ସୁନ୍ଦଗରଡ ଯାଇଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମର ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସା ଏକ୍କା ଓ ନମିତା ଟପ୍ପୋ।

ଆଜି ସକାଳେ ଏହି ଚାରି ଷ୍ଟାର ଖେଳାଳି ଝାରସୁଗୁଡାର ବୀର ସୁରେନ୍ଦ୍ରା ସାଏ ବିମାନ ବନ୍ଦରରେ ଓହ୍ଲାଇଥିଲେ। ଏହିସମୟରେ ପାରମ୍ପରିିକ ନାଗ ଗୀତ ଜରିଆରେ ଏହି ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ବିମାନ ବନ୍ଦରରେ ଓହ୍ଲାଇବା ପରେ ପୁଲିସ ପ୍ରଶାସନ ସୁରକ୍ଷା ଯୋଗେଇ ଦେବା ସହିତ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେଇଥିଲେ। ଟୋକିଓରେ ଚମକି ଥିବା ସୁନ୍ଦରଗଡ଼ ମାଟିର ଏହି ସନ୍ତାନଙ୍କୁ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ଅପେକ୍ଷା କରିଥିଲେ।

ବିମାନ ବନ୍ଦରରୁ ଓହ୍ଲାଇବା ପରେ ଅମିତ ରୋହିଦାସ କହିଛନ୍ତି ବହୁତ ଖୁସି ଲାଗୁଛି ଯେଉଁଭଳି ଲୋକମାନେ ତାଙ୍କ ଭଲପାଇବା ଦେଉଛନ୍ତି।\