ବର୍ଷା ହେଲେ ବି ଝାରସୁଗୁଡାରେ ଓହ୍ଲାଇ ପାରିବ ବିମାନ, ଲାଗିଲା ଆଇଏଲଏସ

0
57

ଝାରସୁଗୁଡ଼ା: ଏଣିକି ପାଗ ଖରାପ ଥିଲେ ବି ରାତିରେ ଝାରସୁଗୁଡା ବିମାନ ବନ୍ଦରରେ ବିମାନ ଓହ୍ଲାଇ ପାରିବ। ଦୀର୍ଘ ଦିନ ଧରି ଏହି ସୁବିଧା କିପରି ହେବ ସେ ନେଇ ଏହି ବିମାନ ବନ୍ଦରେ ଉପରେ ନିର୍ଭରଶୀଳ ବ୍ୟକ୍ତି ଦାବି କରି ଆସୁଥିଲେ। ଶେଷରେ ବୁଧବାର ରାତିରେ ବହୁ ପ୍ରତିକ୍ଷିତି ଆଇଏଲ୍ଏସ ସିଷ୍ଟମ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗୁ ହୋଇଛି।

ଏବେ ଏହି ସିଷ୍ଟମ ଲାଗୁ ହେବା ପରେ ଆଠ ଶହ ମିଟର ଭିଜିବିଲିଟି ସହ ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିପାରିବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି। କିଛି ଦିନ ପୂର୍ବରୁ ଡିଜିସିଏ  ଏହି ସିଷ୍ଟମ ଲାଗୁ କରିବାକୁ ଅନୁମତି ଦେଇଥିଲେ।