?????

ଧିକ୍…. କରୋନା ମୃତକଙ୍କ ପକେଟରୁ ଚୋରି

ଝାରସୁଗୁଡ଼ା: କରୋନା ମହମାରୀର ଯିଏ ଶିକାର ହେଉଛି ପର ହେଉ କି ଆପଣାର ତାକୁ ଯିଏ ଦେଖୁଛି ଦୟା କରୁଛି। ହେଲେ ସମାଜର ଏମିତି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଇଁ ମଣିଷ ବି ନିଜକୁ ଧିକାର ମନେ କରିବ। ଏଭଳି ମର୍ମ ଲେଖିବାର ଅର୍ଥ ହେଲା କୋଭିଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ନନ୍ଦଲାଲ ବିଶ୍ଵାଳଙ୍କର ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁ ସମୟରେ ତାଙ୍କ ପାଖରେ ଥିବା ଦଶ ହଜାର ଟଙ୍କା, ମୋବାଇଲ ଏବଂ ସୁନା ଚେନ୍ ଚୋରି ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ପ୍ରଶାନ୍ତ ବିଶ୍ଵାଳ।

ସେ ଅଭିଯୋଗ ଆଣିବା ସହ ତଦନ୍ତ ଦାବି କରିଛନ୍ତି। କେବଳ ସେତିକି ନୁହେଁ ସୁନା ଚେନ୍ ଚୋରି କରିବାକୁ ଯାଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଶାନ୍ତ। ହେଲେ ଏହି ଅଭିଯୋଗ ଉପରେ ଅନୁଧ୍ୟାନ କରି କୋଭିଡ୍ ଡାକ୍ତରଖାନାର ମେଡିକାଲ ଅଫିସର ଡାକ୍ତର ଏଲ୍ କେ କର୍ମୀ ଏତଲା ଦେବା ପରେ ଝାରସୁଗୁଡ଼ା ଟାଉନ ଥାନା ପୁଲିସ୍ ତନାଘନା ଆରମ୍ଭ କରି ପଚରାଉଚରା କରିବା ସହ ସୁନା ଚେନ କେଉଁଠି ବିକ୍ରି ହୋଇଛି ତାହାର ଖୋଳତାଡ଼ ଚଳାଇଛି।

ପୁଲିସ ଅଭିଯୋଗ ଆଧାରରେ ଚାରି ଜଣଙ୍କୁ ଥାନାରେ ଅଟକ ରଖିଛି । ଓଡିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା କନକତୋରା ଗ୍ରାମର ନନ୍ଦଲାଲ କୋଭିଡ୍ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା କୋଭିଡ୍ ଡାକ୍ତରଖାନାରେ ଗତ ଅପ୍ରେଲ ୨୪ ତାରିଖ ହୋଇଥିଲେ। ୩୦ ତାରିଖ ତାଙ୍କର ମୃତ୍ୟୁ ହୋଇଛି।

ଅଭିଯୁକ୍ତ ମାନେ ହେଲେ ତିନି ଜଣ ଠିକା କର୍ମଚାରୀ ଯେଉଁମାନେ କି ଡାକ୍ତରଖାନାରେ ସଫେଇ କାର୍ଯ୍ୟ ଏବଂ ଶବ ନେବା ଆଣିବା କାମରେ ନିୟୋଜିତ ରହିଛନ୍ତି। ସେମାନଙ୍କ ଉପରେ ସନ୍ଦେହ ପ୍ରକାଶ କରି ଝାରସୁଗୁଡା ଥାନାରେ ଗତ ୫ ତାରିଖ ଏତଲା ଦେଇଥିଲେ। ଏଭଳି ଚୋରି ଘଟଣାରେ କୋଭିଡ୍ ଡାକ୍ତରଖାନାର ସଫେଇ କର୍ମଚାରୀଙ୍କ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅଡୁଆରେ ପକାଇଛି। ଅନ୍ୟପକ୍ଷରେ ପ୍ରଶାନ୍ତଙ୍କୁ ଡାକି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ମଧ୍ୟ ଅଭିଯୋଗ ସଂପର୍କରେ ପଚରା ଉଚରା କରିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରି ତାଙ୍କ ପିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ପ୍ରଶାନ୍ତ ଦାବି କରିଛନ୍ତି।

Related Articles

Leave a Reply

Back to top button
error: Content is protected !!