?????

ରାଜ୍ୟରେ ମାଡି ଚାଲିଛି କରୋନା, ହସ୍ପିଟାଲରେ ଉପରେ କିନ୍ତୁ ନାହିଁ ଚାପ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଓମିକ୍ରନ ଭାରିଆଂଟର ଭୟ ଭିତରେ ରାଜ୍ୟରେ ଲଗାତର ଦୈନିକ ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି। ମାତ୍ର ୭ଦିନ ଭିତରେ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ତେଣୁ ଆଶଙ୍କା କରାଯାଉଛି ଆଉ ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ସ୍ଥିତି ବିଗିଡିପାରେ। କିନ୍ତୁ ଆଶ୍ୱସନରା କଥା ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ହସ୍ପିଟାଲରେ ଗୁରୁତର ହୋଇ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଛି।

ଡିସେମ୍ବର୨୯ ତାରିଖରେ ମୋଟ୍ ୨୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାରି ଭିତରେ ଜାନୁଆରୀ 7କୁ ସପ୍ତାହେ ଧରିଲେ ଦୈନିକ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୮୦ ହୋଇଛି। ଅର୍ଥାତ୍ ସାତ ଦିନରେ ଦୈନିକ ସଂକ୍ରମଣ ତିନି ଗୁଣା ବୃଦ୍ଧି ପାଉଛି। କିନ୍ତୁ ନଭେମ୍ବର 21ରୁ ଏଯାବତ 37 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲେ ଦ୍ୱିତୀୟ ଲହର ବେଳେ ଯେପରି ଖୋର୍ଦ୍ଦା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିଲା ଠିକ୍ ସେହିପରି ଏବେ ଖୋର୍ଧାରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଏହା ୟେଲୋ ଜୋନରେ ପ୍ରବେଶ କରିଛି। ଜିଲ୍ଲାରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୧ ହଜାର ୧୫୩ ରହିଛି।

କିନ୍ତୁ ଆଶ୍ୱସନାର କଥା ହେଲା ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ବି ହସ୍ପିଟାଲରେ ଯେଉଁମାନେ ବି ଭର୍ତ୍ତି ହେଉଛନ୍ତି ସେମାନଙ୍କ ପାଖରେ ଲକ୍ଷଣ ସେମିତି କିଛି ନାହିଁ କି କେହି ଗୁରୁତର ହେଉନଥିବାରୁ ହସ୍ପିଟାଲରେ ଚାପ ସେମିତି କିଛି ନାହିଁ ଯେପରି ଦ୍ୱିତୀୟ ଲହର ବେଳେ ଥିଲା। ରାଜ୍ୟରେ ଏବେ ୬ ହଜାର ୬୮୫ କରୋନା ବେଡ୍ ରହିଛି । କିନ୍ତୁ ଏବେ ସୁଦ୍ଧା ୧୬୬ଟି ବେଡ୍ ବୁକିଂ ହୋଇଛି। ଅର୍ଥାତ ୨.୪୮% ପ୍ରତିଶତ ସିଟ୍ ବୁକିଂ ହୋଇଛି। ସେହିପରି ଆଇସିୟୁରେ ୯୮ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ  ୨୧ ଜଣ ଭେଂଟିଲେଟରରେ ରହିଛନ୍ତି। ଶିଶୁଙ୍କ ପାଇଁ ରହିଛି ମୋଟ୍ ୧ ହଜାର ୧୭୯ ବେଡ୍ ଥିବା ବେଳେ ୮ଟି ବେଡ୍ ବୁକିଂ ହୋଇଛି। ଅର୍ଥାତ୍ ୦.୬୮% ବୁକିଂ ହୋଇଛି। ଜଣେମାତ୍ର ଶିଶୁ ରାଜ୍ୟରେ ଆଇସିୟୁରେ ରହିଥିବା ସୂଚନା
ରହିଛି।

Related Articles

Leave a Reply

Back to top button
error: Content is protected !!