ସେପ୍ଟେମ୍ୱର 11ରେ ଲାଗିହେବ ନବାନ୍ନ, ସମୟ କ’ଣ ରହିଛି ଜାଣନ୍ତୁ

0
118

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସେପ୍ଟେମ୍ୱର 11  ତାରିଖ ଦିନ ଏହି ଗଣପର୍ବ ପାଳିତ ହେବ ବୋଲି ଆଜି ବସିଥିବା ବୈଠକରେ ସ୍ଥିର ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ଦ୍ୱାରା ଆୟୋଜିତ ହୋଇଥିବା ଏହି ବୈଠକରେ ଜ୍ୟୋତିର୍ବିଦ, ପଣ୍ଡିତ ଏବଂ ଜ୍ଞାନୀଗୁଣି ଲୋକମାନେ ବସିଥିଲେ। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି।

ବୈଠକରେ ମା ସମଲେଇଙ୍କ ରାଶି ନକ୍ଷତ୍ରକୁ ପଢ଼ି ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ନବାନ୍ନ ଲାଗିବ ବୋଲି ନିର୍ଦ୍ଧିାରିତ ହୋଇଛି। ସେପ୍ଟେମ୍ବର 11 ତାରିଖ ଦିନ 10ଟା 15ରୁ 10ଟା 25 ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ବୋଲି ସ୍ଥିର ହୋଇଛି।