?????

ମୁମ୍ବାଇ ଏବଂ ବାଙ୍ଗାଲୋରକୁ ବିମାନ ଚଳାଚଳ ପାଇଁ ସ୍ଲଟ୍ ବୁକିଂ ପାଇଁ ଅନୁରୋଧ କଲା ଇଣ୍ଡିଗୋ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଏବଂ ବାଙ୍ଗୋଲରକୁ ଇଣ୍ଡିଗୋ ବିମାନ ଚଳାଚଳ କରିପାରେ। ଏହି ଦୁଇଟି ସ୍ଥାନକୁ ଯିବା ପାଇଁ ଇଣ୍ଡିଗୋ ସ୍ଲଟ ବୁକିଂ ପାଇଁ ଅନୁରୋଧ କରିଛି। ଆସନ୍ତା ଗ୍ରୀଷ୍ଣ ଋତୁରେ ଏହି ଦୁଇଟି ସ୍ଥାନକୁ ଝାରସୁଗୁଡାରୁ ବିମାନ ଚଳାଇବାକୁ ଇଣ୍ଡିଗୋ ଲକ୍ଷ୍ୟ ରଖିଛି । ଏ ନେଇ ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦ୍ଦେଶକ ପବନ କୁମାର ଜୁତଶି ।

ଯଦି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ଚଳାଇବାକୁ ଇଣ୍ଡିଗୋକୁ ଅନୁମତି ମିଳେ ତାହେଲେ ଏହା ତୃତୀୟ ବିମାନ କମ୍ପାନୀ ହେବ ଯିଏକି ଝାରସୁଗୁଡା ବିମାନ ବନ୍ଦର ସହ ଯୋଡି ହେବ। ଏହା ପୂର୍ବରୁ ଆଲାଏନ୍ସ ଏୟାର ଏବଂ ସ୍ପାଇସଜେଟ୍ ଏୟାରଲାଇନ୍ସକୁ ବିମାନ ଯୋଡି ହୋଇ ରହିଛି।

ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି, ଇଣ୍ଡିଗୋ ମୁମ୍ବାଇ ଏବଂ ବାଙ୍ଗାଲୋର ପାଇଁ ସ୍ଲଟ ବୁକିଂ କରିଛି । କିନ୍ତୁ ଏଯାବତ କୌଣସି ନିଷ୍ପତି ନିଆଯାଇନି। ଯଦି ଇଣ୍ଡିଗୋ ଯୋଡି ହେବ ତାହାଲେ ଅନେକ ଯାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏବେ ସ୍ପାଇସଜେଟ୍ ବିମାନ ଝାରସୁଗୁଡାରୁ କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ବାଙ୍ଗାଲୋରକୁ ଯାଉଛି। ସେହିପରି ଆଲାଏନ୍ସ ଏୟାର ଝାରସୁଗୁଡାରୁ ଭୁବନେଶ୍ୱର, ରାୟପୁର ଏବଂ କୋଲକତାତୁ ଯା ଆସ କରୁଛି। ଏବେ ଏହି ବିମାନ ବନ୍ଦରରୁ ଦୈନିକ 800ରୁ 100 ଯାଆସ କରୁଛନ୍ତି।

Related Articles

Leave a Reply

Back to top button
error: Content is protected !!