?????

ଟିଭି ଓ ମୋବାଇଲରେ କାଳିଆ ଦର୍ଶନ, ବିନା ଭକ୍ତରେ ଭାଇ-ଭଉଣୀ ପହଞ୍ଚିଲେ ଗୁଣ୍ଡିଚା

ପୁରୀ: ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥ। ରଥ ଦିନ ମନ୍ଦିରକୁ ବାହାରୁଥିବାରୁ ପ୍ରତିଟି ଓଡ଼ିଆ ଅପେକ୍ଷା କରିଥାଏ ଟିକିଏ ତ କାଳିଆକୁ ଦେଖିବ। କିଏ ସୁଦୁରରୁ ଆସି ପୁରୀ ବଡ଼ଦାଣ୍ଡରେ ତା କାଳିଆ ସାନ୍ତକୁ ଦେଖିବାକୁ ଅପେକ୍ଷା କରୁଥିଲା ତ ଆଉ କିଏ ପାଖରେ ଥାଇ ମଧ୍ୟ କାଳିଆର ନିର୍ଦ୍ଦେଶ ନଥିବାରୁ ଦେଖିପାରୁନଥିଲା।

ତେବେ ଏହାରି ଭିତରେ ଦୁଇ ବର୍ଷ ବିତିଛି। ତିନି ଭାଇ ଭଉଣୀ ମନ୍ଦିରରୁ ବାହାରି ମାଉସୀ ମାଙ୍କ ପାଖକୁ ଯାଉଛନ୍ତି ସତ ହେଲେ ଭକ୍ତଙ୍କ ବିନା ଉପସ୍ଥିତିରେ। କରୋନା ପାଇଁ କାଳିଆ ବି ବଡ଼ ଦାଣ୍ଡକୁ ବଡ଼ ଭାଇ ଏବଂ ଭଉଣୀ ସହ ଓହ୍ଲାଇ ଆସିଥିଲେ ମଧ୍ୟ ଭକ୍ତଙ୍କ ଭଲ ପାଇବା ସିଧାସଳଖ ପାଇବାରୁ ବଞ୍ଚିତ ହୋଇଛି। ଟିଭି ପରଦାରେ ନହେଲେ ମୋବାଇଲ ସ୍କ୍ରିନରେ ଦେଖି ତିନି ଠାକୁରଙ୍କୁ ପ୍ରତିଟି ଓଡିଆ କରୋନା କାଳରୁ ଉଦ୍ଧାର କରିବାକୁ ହାତ ପାତିଛି।

ଆଜି ନିର୍ଦ୍ଧାରିତ ସମୟରେ 3 ଘଣ୍ଟା ପୂର୍ବରୁ ରଥ ଗଡ଼ିଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଲା ପରେ ସୁଭଦ୍ରାଙ୍କ ଦର୍ପଦଳନ ଶେଷରେ ବଡ଼ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ଲାଗିଛି।

ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ଭାଇ-ଭଉଣୀଙ୍କୁ ଦର୍ଶନ କରିଥିଲେ। ପରେ ଗଜପତି ମହାରାଜା ଆସି ଛେରା ପହଁରା କରିଥିଲେ। ଏହାପରେ ତିନି ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ ଆରମ୍ଭ ହୋଇଥିଲା ରଥ ଟଣା। ଯେଉଁମାନେ ରଥ ଟାଣିବାରେ ସାମିଲ ହୋଇଥିଲେ ସମସ୍ତଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ରଥାଯାତ୍ରାରେ ନିୟୋଜିତ ହୋଇଥିଲେ।

Related Articles

Leave a Reply

Back to top button
error: Content is protected !!