ଇକମୋ ଚିକିତ୍ସା ପାଇଁ ଯାଇଥିବା ଆଇପିଏସ ଅଫିସରଙ୍କ ପରଲୋକ

0
46

ଭୁବନେଶ୍ୱର: କୋଭିଡରେ ଗୁରୁତର ହୋଇ ଇକମୋ ଚିକିତ୍ସା ପାଇଁ ଜୁନ୍ ୮ରେ ଏୟାରଲିଫ୍ଚ ଯୋଗେ କୋଲକାତା ଯାଇଥିବା ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ପ୍ରଥମେ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ କୋଲକାତା ନିଆଯାଇଥିଲା। ଶୁକ୍ରବାର ରାତି ୧୦ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ପାଣିଗ୍ରାହୀ । ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍‌ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୧୯୯୧ ମସିହାରେ ଆଇପିଏସ୍ ଅଫିସର ଭାବେ ଯୋଗ ଦେଇଥିଲେ। ଜଣେ ଖ୍ୟାତନାମା ଗାଳ୍ପିକ ଭାବେ ସେ ଥିଲେ ବେଶ୍ ଜଣାଶୁଣା।