?????

ଏପ୍ରିଲରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଦୀର୍ଘ ୮ ବର୍ଷର ରେକର୍ଡ ଭାଙ୍ଗିଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ଚତୁର୍ଥ ମାସରେ ବୃଦ୍ଧି ପାଇଛି।

ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଚଳିତ ବର୍ଷ ମାର୍ଚ୍ଚରେ ୬.୯୫ ପ୍ରତିଶତ ଏବଂ ଏପ୍ରିଲ ୨୦୨୧ରେ ୪.୨୩ ପ୍ରତିଶତ ରହିଥିଲା। ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବ ମାସରେ ୭.୬୮ ପ୍ରତିଶତ ଏବଂ ବର୍ଷକ ପୂର୍ବରୁ ଏପ୍ରିଲ ମାସରେ ୧.୯୬ ପ୍ରତିଶତ ଥିଲା।

ମୁଦ୍ରାସ୍ଫୀତି ୪ ପ୍ରତିଶତରେ ରହିବା ଦରକାର । ହେଲେ ଏବେ ଏହା ଆଉ ୨ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି। ଜାନୁଆରୀ ୨୦୨୨ ପରଠାରୁ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିଛି। ଗତ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହଠାତ ମୁଦ୍ରାନୀତି କମିଟି  ବୈଠକ କରିଥିଲା। ଏହାପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ବର୍ତ୍ତମାନର ଭୌଗଳିକ ରାଜନୈତିକ ପରିସ୍ଥିତି ହେତୁ ଖାଦ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ହେବାର ପ୍ରତିକୂଳ ପ୍ରଭାବ ଘରୋଇ ବଜାରରେ ପଡିଛି । ତେଣୁ ମୁଦ୍ରାସ୍ଫୀତିର ଚାପ ଜାରି ରହିବାର ସମ୍ଭାବନା ରହିଛି।

Related Articles

Leave a Reply

Back to top button
error: Content is protected !!