ଦୋକାନ ଚୋରି ମାମଲାରେ ଅଭିଯୁକ୍ତ ନେପାଳି ଗିରଫ

0
52

ବ୍ରଜରାଜନଗର: ସେପ୍ଚେମ୍ୱର 2 ତାରିଖ ଦିନ 5ଟି ଦୋକନା ଭାଙ୍ଗି ଚୋରି କରିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ଅଭିଯୁକ୍ତ ଜଣଙ୍କ ଅଭୟ ରଣା ଓରଫ ନେପାଳି। ଜିଏମ୍‌ କମ୍ପ୍ଲେକ୍ସ ନିକଟରେ ଚଢ଼ଉ କରି ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଭାବରେ ପରିଚିତ ଏହି 25 ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିବା ବେଳେ ତାପାଖରୁ ବାଇକ୍ ସହିତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଜବତ କରିଛି।

ଜବତ ହୋଇଥିବା ବାଇକଟି ଚୋରି ହୋଇଥିଲା ବୋଲି ସୂଚନା ରହିଛି। ଗତ 4 ତାରିଖରେ ଏହି ବାଇକଟି ଚୋରି ହୋଇଥିବା ନେଇ ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ସେଠ ପ୍ରକାଶ କହିଛନ୍ତି। ଅଭିଯୁକ୍ତ ନେପାଳି ନାମରେ ବଡ଼ମାଳ ଥାନାରେ ଗୋଟିଏ, ବ୍ରଜରାଜନଗର ଥାନାରେ 4ଟି, ବନାହରପାଲି ଥାନାରେ  ଗୋଟିଏ, ବେଲପାହାଡ଼ ଥାନାରେ ଗୋଟିଏ, ଓରିଏଣ୍ଟ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ଅଭୟ ରାଣା ନେପାଳରୁ ଦୀର୍ଘ ବର୍ଷ ହେବ ପଳାଇ ଆସି ଝାରସୁଗୁଡା ଜିଲ୍ଲାରେ ରହୁଛି। ଏହି ସମୟରେ ଅନେକ ଚୋରି ମାମଲାରେ ବନ୍ଧା ହୋଇ ଜେଲ୍ ଯାଇସାରିଛି। ବଡ଼ମାଳ ଥାନାରେ ଏକ ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 2016ରେ 4 ବର୍ଷ ଜେଲରେ ରହି ଆସିଥିବା ସୂଚନା ରହିଛି।