?????

ଆପଣଙ୍କ ଗାଡିରେ ଏଚଏସଆରପି ନଥିଲେ ନିସ୍ତାର ନାହିଁ, ୧୫ରୁ ଗଣିବେ ଫାଇନ୍

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବବେ। ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି ଏଚଏସଆରପି ଲଗାଇବାର ଶେଷ ତାରିଖ ଥିଲା ଡିସେମ୍ବର ୩୧। ଏବେ ଏହା ଶେଷ ହୋଇସାରିଛି। ତେଣୁ ୧୫ ତାରିଖ ପରେ ଯଦି ଏହି ନମ୍ବର ଥିବା ବ୍ୟକ୍ତିଙ୍କ ଗାଡିରେ ଏଚଏସଆରପି ନମ୍ବର ଲାଗିନଥିବ ତାହେଲେ ଜୋରିମାନେ ଗଣିବେ।

ଜୋରିମାନା ବାବଦକୁ ୫ ହଜାରରୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୭ ଓ ୮ ଥିଲେ ଜାନୁଆରୀ ୩୧ ଏବଂ ୯ ଓ ଶୂନ ଥିଲେ ଫେବ୍ରୁଆରୀ ୨୮ ସୁଦ୍ଧା ଏଚଏସଆରପି ଲଗାଇବେ।

ପୂର୍ବରୁ ସରକାର ବାରମ୍ବାର ଏଚଏସଆରପି ଲଗାଇବା ଅବଧି ବଢ଼ାଇ ଥିବା ବେଳେ ଚାଲାଣ କଟା ଯାଉ ନଥିଲା । ୧୫ ତାରିଖରୁ ଗାଡ଼ିରେ ଏଚଏସଆରପି ଲଗାଇ ନଥିଲେ ଅନଲାଇନ୍ ଇ-ଚାଲାଣ କଟିବ।

 

Related Articles

Leave a Reply

Back to top button
error: Content is protected !!