ବାପାର ଅଭିଯୋଗ କ୍ରମେ ମା’ର ଛୁଆ ବିକ୍ରି ଯୋଜନା ପଣ୍ଡ

0
75

ରାଉରକେଲା: ଜନ୍ମକଲା ମା ନିଜ 13 ବର୍ଷର ଝିଅକୁ ବିକ୍ରି କରିବାକୁ ଯୋଜନା କରୁଥିଲା। ହେଲେ ଝିଅର ବାପା ଏସବୁ ଜାଣିବା ପରେ ସ୍ୱେଚ୍ଛାସେବୀଙ୍କୁ ଖବର ଦେଇଥିଲେ। ଆଉ ବିକ୍ରି ହେବା ପୂର୍ବରୁ ଝିଅଟି ଉଦ୍ଧାର ହୋଇଯାଇଛି। ଏଭଳି ସାଙ୍ଘାତିକ ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ।

ପିଶାଚିନୀ ମା 13 ବର୍ଷିୟା ନାବାଳିକାକୁ ତାର ମାଆ ବାପାର ଅନୁପସ୍ଥିତିରେ ମହାରାଷ୍ଟ୍ର ଅଞ୍ଚଳର କ୍ରିଷ୍ଣା ମୋରିଆ ନାମକ ଜଣେ ଯୁବକକୁ ବିକ୍ରି କରିବାକୁ ଯୋଜନା କରିଥିଲା। ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ଥିବା ଏକ ମନ୍ଦିର ସମ୍ମୁଖରେ ଫୁଲ ମାଳ ଓ ସିନ୍ଦୂର ଦେଇ ଦୁବାଇ ପଠାଇବା ପାଇଁ ଯୋଜନା କରୁଥିଲେ। ହେଲେ ଝିଅର ବାପାର କାନକୁ ଏହା ପୂର୍ବରୁ ଖବର ପଳାଇଥିଲା। ପରେ ସ୍ୱେଚ୍ଛାସେବୀ ସଂଗଠନ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହେପାଜତରେ ନେବା ସହ ମହାରାଷ୍ଟ୍ରର ଯୁବକଙ୍କୁ ପ୍ଲାଣ୍ଟସାଇଡ଼ ଥାନାରେ ଅଟକ ରଖିଛି ।