ଝାରସୁଗୁଡା ବିମାନ ବନ୍ଦରକୁ ପୁରିଲା ତିନି ବର୍ଷ

0
46

ଝାରସୁଗୁଡା: ବୁଧବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଇ ବିମାନ ବନ୍ଦର ତିନି ବର୍ଷରେ ପଦାର୍ପଣ କରିଛି । ତିନି ବର୍ଷ ପୂର୍ତ୍ତି ଅବସରରେ ବିମାନ ବନ୍ଦର ପକ୍ଷରୁ ଏକ ଛୋଟିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କିଛି ଯୁବ ଯାତ୍ରୀଙ୍କ ସହ ମିଶି କେକ କଟାଯାଇ ତିନି ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା । ଏହି ଅବସରରେ ବିମାନ ବନ୍ଦର ନିର୍ଦ୍ଦେଶକ ପବନ କୁମାର ଜୁତଶି, ଏଏଆଇ ବିମଳ ମହକୁଲ, ଦୀପକ ଲକରାମ ସୀତାରାମ ପଣ୍ଡା, ବିନୟ ସେନାପତି, ବିକାଶ ଛେତ୍ରୀ, ମିଥେଶ ଚୌଧୁରୀ, ସୋନାଲୀ ଚକ୍ରବର୍ତ୍ତି ଏବଂ ବିମାନ ବନ୍ଦର କର୍ମଚାରୀ ପ୍ରଦୀପ ପୁନିଆ, ସିଏଏସଓ ସୁବାଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ସେପ୍ଚେମ୍ୱର 22, 2018ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୀର ସୁରେନ୍ଦ୍ର ସାଇ ବିମାନ ବନ୍ଦରର ଉଦଘାଟନ କରିଥିଲେ ।