ରାଧାରାଣୀ ପଣ୍ଡା ବିଜେପିର ବ୍ରଜରାଜନଗର ବିଧାୟିକ ପ୍ରାର୍ଥୀ

0
45

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନର ପୂର୍ବ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ଦେଇଛି। ଆଜି ବିଜେପିର କେନ୍ଦ୍ରୀୟ କେନ୍ଦ୍ରୀୟ ଅଫିସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ମେ ୩୧ରେ ଅହି ଆସନ ପାଇଁ ଭୋଟ୍ ପଡ଼ିବ।

ଗତକାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା କରିଥିଲା। ଏବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ବଢିଛି ଚର୍ଚ୍ଚା । ମିଳିଥିବା ସୂଚନା ଅନୁସାରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି  ବିଜେଡିର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଆସନ ପାଇଁ ସମସ୍ତ ରାଜନୀତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେଡି ପୁଣିଥରେ ଗଡ ଜିତିବାକୁ ତୃଣମୂଳ ସ୍ତରରୁ ପ୍ରୟାସ ଆରମ୍ଭ କରିଛି। ଗତବର୍ଷ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କର ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । ନିୟମ ଅନୁସାରେ ନିର୍ବାଚିତ ପ୍ରତିନିଧିଙ୍କର ଦେହାନ୍ତ ହେଲେ କିମ୍ବା ଅଯୋଗ୍ୟ ଘୋଷିତ ହେଲେ ୬ ମାସ ମଧ୍ୟରେ ସଂପୃକ୍ତ ଆସନ ପୂରଣ ହେବ। ଅର୍ଥାତ ନିର୍ବାଚନ ଶେଷ ହୋଇ ଜନପ୍ରତିନିନିଧି ବଛାଯିବ । ଏହି ଧାରାରେ ଜୁନ ୩୦କୁ କଣ୍ଟ ପୂରଣ ହେଉଛି।