?????

ଡ୍ରାଇଭ୍ ଇନ୍ ଟିକାକରଣ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଟିକାକରଣକୁ ସରଳ ଏବଂ ଭିଡ ମୁକ୍ତ କରିବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡ୍ରାଇଭ୍ ଇନ୍ ଟିକାକରଣ କରୁଥିଲା। ହେଲେ ଏଭଳି ଟିକାକରଣ କେନ୍ଦ୍ର ସରକାରଙ୍କ ନିୟମ ବାହାରେ। ସେହିପରି ବିଭିନ୍ନ ଜିଲ୍ଲାରେ ଘରକୁ ଘର ଯାଇ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବି କେନ୍ଦ୍ର ସରକାରଙ୍କ ନିୟମ ବାହାରେ। ଆଜି ଏକଥା ସ୍ପଷ୍ଟ ଭାବରେ କହିଛନ୍ତି ଅତିରିକ୍ତ ଶାସନ ସଚିବ।

ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ୍ରାଇଭ୍ ଇନ୍ ଟିକା କରଣ ଏବଂ ଘରକୁ ଯାଇ ଟିକା କାର୍ଯ୍ୟକୁ ବନ୍ଦ କରିବାକୁ ଆଜି ରାଜ୍ୟ ଅତିରିକ୍ତ ଶାସନ ଶଚିବ ଚିଠି ଲେଖି ସମସ୍ତ ରାଜ୍ୟର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନ ମାନଙ୍କୁ ଜଣାଇଛନ୍ତି । ତେଣୁ ଏଭଳି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସ୍ପଷ୍ଟ ହୋଇଛି।

Related Articles

Leave a Reply

Back to top button
error: Content is protected !!