ମଙ୍ଗଳବାରଠୁ ଖୋଲିବ ମା’ ସମଲେଇ ମନ୍ଦିର

0
128

ସମ୍ୱଲପୁର: କୋଭିଡ ପାଇଁ ବନ୍ଦ ରହିଥିବା ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଇ ଏବଂ ଅନ୍ୟାନ୍ୟ ମନ୍ଦିର ଏବେ ଖୋଲାଯିବ। ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଛି।

ମଙ୍ଗଳବାରଠୁ ଶ୍ରଦ୍ଧାଳୁ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଇଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଯେହେତୁ ମଙ୍ଗଳବାର ମନ୍ଦିର ଖୋଲିବ ତେଣୁ ସୋମବାର ସମସ୍ତ ଧର୍ମପୀଠ ବିଶୋଧନ ହେବ। ତେବେ ବିଶୋଧନ ଏବଂ ରକ୍ଷଣାବେକ୍ଷଣ ଲାଗି କେବଳ ସୋମବାର ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ମନ୍ଦିର ଦର୍ଶନ ବେଳେ କିନ୍ତୁ କରୋନାର ସମସ୍ତ ନିୟମ ପାଳନ କରାଯିବ। ଶ୍ରଦ୍ଧାଳୁ ମାନେ ଦିଅଁ ଦର୍ଶନ କରିବା ବେଳେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିବା ସହିତ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ କରିଛି ପ୍ରଶାସନ। ଯଦି କୌଣସି କଣ୍ଟେନମେଣ୍ଟ ଜୋନରେ ମନ୍ଦିର ରହିଥିବ ତାହେଲେ ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।