?????

ପ୍ରକଳ୍ପକୁ ବିରୋଧ, ଜନ ଶୁଣାଣିକୁ ବୟକଟ କଲେ ଲଖନପୁର ଗ୍ରାମବାସୀ

ଝାରସୁଗୁଡା: ଲଖନପୁରରେ ଜିଲ୍ଲା ପ୍ରଶାସନ ଏବଂ ରାମକୀ କମ୍ପାନୀ ତିଆରି ହେବାକୁ ଥିବା ଏକ ପ୍ରକଳ୍ପକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହି ପ୍ରକଳ୍ପ ତିଆରି ହେଲେ ଲୋକମାନେ ପୁତିଗନ୍ଧମୟ ପରିବେଶ ଭିତରେ ରହିବେ। ଏହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବ ବୋଲି ଆଶଙ୍କା କରି ଜିଲ୍ଲା ପ୍ରଶାସନ ଏବଂ ରାମକୀ କମ୍ପାନୀ ଦ୍ୱାରା ପ୍ରକଳ୍ପ ନେଇ ହେଉଥିବା ଜନ ଶୁଣାଣିକୁ ବିରୋଧ କରିଛନ୍ତି।

ରିପୋର୍ଟ ଅନୁଯାୟୀ ରାମକୀ ଏନଭିରୋ ଇଞ୍ଜିନିୟର୍ସ ଲିମିଟେଡ୍ କମ୍ପାନୀ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ଡିକମ୍ପୋଜ କରିବାକୁ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। 149 କୋଟି ଟଙ୍କା ବିନିଯୋଗରେ ଏହି କମ୍ପାନୀ ପ୍ରତିଷ୍ଠା ହେବ। ଏହା ଲାଖନପୁର ଗାଁରେ ଥିବା ମୋଟ୍ 63.30 ଏକର ଜମିରେ ତିଆରି ହେବ।

ପ୍ରକଳ୍ପକୁ ବିରୋଧ କରୁଥିବା ସ୍ଥାନୀୟ ବାସିନ୍ଦା ବିରଞ୍ଚି ସାହୁ କହିଛନ୍ତି, ଏହି କାରଖାନା ଲଖନପୁର ଏବଂ କୁଡାଲୋଇ ପଞ୍ଚାୟତ ମଧ୍ୟଭାଗରେ ଅବସ୍ଥିତ 64 ଏକର ଜଙ୍ଗଲ ଜମିରେ ତିଆରି ହେବ। ଯାହାକି ସମଗ୍ର ଏରିଆକୁ ପ୍ରଦୂଷିତ କରିବ। ତେଣୁ ଜନ ଶୁଣାଣି ବୈଠକକୁ ଆମେ ବିରୋଧ କରୁଛୁ। ଏହି ଜଙ୍ଗଲ ଜମିରେ ଏକାଧିକ ଗଛ ଅଛି। ଯାହାକୁ କାଟି ଦିଆଯିବ। ତେଣୁ ଏହି ଶିଳ୍ପ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଦୂଷଣ ନିକଟସ୍ଥ ମହାନଦୀ ନଦୀ ଉପରେ ମଧ୍ୟ ପ୍ରଭାବ ପକାଇବ। ତେଣୁ ଆମେ ଏହି ପ୍ରକଳ୍ପକୁ ବିରୋଧ କରୁଛୁ।

ସେହିପରି ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଦୀପ କୁମାର ସାହୁ କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଏହି ଜନ ଶୁଣାଣିକୁ ସ୍ଥଗିତ ରଖାଗଲା। ଏହି ପ୍ରକଳ୍ପ ତିଆରି ହେଲେ ପରିବେଶ ଉପରେ କି ପ୍ରଭାବ ପଡ଼ିବ ସେ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଣାଇବୁ ଏବଂ ସେମାନଙ୍କ ନିର୍ଦ୍ଦେଶକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Leave a Reply

Back to top button
error: Content is protected !!