?????

କେବଳ ପୁରୀରେ ରଥଯାତ୍ରା, ଅନ୍ୟ ସବୁଠି ନୀତିକାନ୍ତି ପାଇଁ ଅନୁମତି

ଭୁବନେଶ୍ୱର: କେବଳ ଶ୍ରୀକ୍ଷେତ୍ରରେ ପୂର୍ବବର୍ଷ ପରି ରଥଯାତ୍ରା ହେବ। ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଆଜି ଏସଆରସି ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ରଥଯାତ୍ରା ଜୁଲାଇ 12ରେ ରହିଛି। ଏହା ପୂର୍ବରୁ କରୋନା ମହାମାରୀକୁ ଆଖି ଆଗରେ ପ୍ରଶାସନ ଏହା ସ୍ପଷ୍ଟ କରିଛି। ଗତଥର ଯେଉଁଭଳି ଭାବରେ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା ଚଳିତଥର ମଧ୍ୟ ସମାନ ଭାବରେ ରଥଯାତ୍ରା ହେବ। ଯଦିଓ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ହେଲେ କିନ୍ତୁ ନୀତିକାନ୍ତ ହୋଇପାରିବ ବୋଲି ଏସଆରସି କହିଛନ୍ତି।

ବଡ଼ଦାଣ୍ଡରେ ସେବାୟତମାନେ ହିଁ କେବଳ ରଥ ଟାଣିପାରିବେ।। ଏଥିପାଇଁ ସେମାନେ ଦୁଇଟି ଟିକା ନେଇଥିବେ ନଚେତ 48 ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ ବୋଲି ପ୍ରଶାସନ ପାଖରେ ଦାଖଲ କରିବେ। ଏହାପରେ ଯାଇ ତାଙ୍କୁ ରଥଟାଣିବାକୁ ଅନୁମତି ଦେବ ପ୍ରଶାସନ। ସେହିପରି ଚଳିତଥର ମଧ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବ ବୋଲି ଜଣାପଡ଼ିଛି।

Related Articles

Leave a Reply

Back to top button
error: Content is protected !!