?????

ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସ କେତେ ଅଧିକ ଭଡ଼ା ନେବ

ଭୁବନେଶ୍ୱର: ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବସ୍ ଭଡ଼ା ବୃଦ୍ଧି ହୋଇଛି। ସ୍ୱୟଂଚାଳିତ ବ୍ୟବସ୍ଥା ଅନୁୟାୟୀ ବସ୍ ଭଡ଼ା ବୃଦ୍ଧି କରାଯାଇଛି ବୋଲି ଘରୋଇ ବସ୍ ମାଲିକ ସଂଘର ବରିଷ୍ଠ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 3 ପଇସା ବୃଦ୍ଧି ହୋଇଇଛି। ଏଣିକି ଏସି ଡିଲକ୍ସରେ ଯାତ୍ରା କଲେ କିଲୋମିଟର ପିଛା 6 ପଇସା ଓ ସୁପର ପ୍ରିମିୟମ ବସ୍ ବର୍ଗରେ ଯାତ୍ରା କଲେ 9 ପଇସା ଅତିରିକ୍ତ ଦେୟ ଦେବାକୁ ହେବ।

ପରିବର୍ତ୍ତିତ ଦର ଅନୁସାରେ ସାଧାରଣ ବସରେ ଏବେ କିଲୋମିଟର ପିଛା ଯାତ୍ରୀଙ୍କ ଠାରୁ 90 ପଇସା ଲେଖାଏଁ ଆଦାୟ କରାଯିବ। ପୂର୍ବରୁ କିଲୋମିଟର ପିଛା ଯାତ୍ରୀଙ୍କ ଠାରୁ 87 ପଇସା ଆଦାୟ କରାୟାଉଥିଲା। ସଂଶୋଧିତ ବସ୍ ଭଡା ଗୁରୁବାରଠାରୁ ଲାଗୁ ହୋଇଛି।

ଏକ୍ସପ୍ରେସ୍ ବସ ଗୁଡ଼ିକ ପୂର୍ବ ଦର 91ପଇସା/କି. ମି. ତୁଳନାରେ 94ପଇସା ନେବେ। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା 1 ଟଙ୍କା 31 ପଇସାରୁ ବଢ଼ି 1 ଟଙ୍କା 59 ପଇସାକୁ ବୃଦ୍ଧି ହୋଇଛି। ପୂର୍ବରୁ ଯାତ୍ରୀମାନେ ଡିଲକ୍ସ ବସରେ ଯାତ୍ରା କଲେ କିଲୋମିଟର ପିଛା 1 ଟଙ୍କା 25 ପଇସା ଏବଂ ଏସି ଡିଲକ୍ସ ବସରେ ଯାତ୍ରା କରିବା ପାଇଁ 1 ଟଙ୍କା 53 ପଇସା ଭଡ଼ା ଦେଉଥିଲେ। ଏଣିକି ସୁପର ପ୍ରିମିୟମ ବସରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ 2.47 ଟଙ୍କା ପ୍ରତି କିଲୋମିଟର ପିଛା ଦେବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ଗୁରୁବାର ସୁଦ୍ଧା 10 ଦିନ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନିଗୁଡ଼ିକ ନଅ ଥର ପାଇଁ ତୈଳ ଦର ବୃଦ୍ଧି କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ମୋଟ୍ 6.40 ଟଙ୍କା ବଢ଼ିଛି।

Related Articles

Leave a Reply

Back to top button
error: Content is protected !!