?????

କୁହାକୁଣ୍ଡା ଗାଁରେ ଡାଇରିଆ ସନ୍ଦେହ; ଜଣେ ମୃତ, ଲୋକେ ଅସୁସ୍ଥ

ଝାରସୁଗୁଡା: କୁହାକୁଣ୍ଡା ଗାଁରେ ଡାଇରିଆ । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ଏବେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଗୋଟିଏ ପରିବାର ଡାଇରିଆରେ ଅସୁସ୍ଥ ହୋଇଥିବା ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏକ ସ୍ୱାସ୍ଥ୍ୟ ଅଧିକାରୀ ଟିମ୍ ସଂପକ୍ତ ଗାଁକୁ ଯାଇଥିବା ସୂଚନା ରହିିଛି । ସମସ୍ତ ଅସୁସ୍ଥଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗାଁକୁ ଯେଉଁ ମେଡିକାଲ ଟିମ୍ ଯାଇଛନ୍ତି ସେମାନଙ୍କ ମଧ୍ୟରେ ସିଡିଏମଓ ଥିବା ସୂଚନା ରହିଛି । ସଂପୃକ୍ତ ଗାଁକୁ ପିଇବା ପାଣି ବ୍ୟବସ୍ଥା ରହିଛି । ଡାଇରିଆରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକେ ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଉତ୍ତର ପ୍ରଦେଶର ଆହ୍ଲାବାଦ ଯାଇଥିଲେ । ସେଠାରୁ ଫେରିବା ପରେ ସଂପୃକ୍ତ ପରିବାର ଲୋକଙ୍କ ପାଖରେ ଡାଇରିଆ ଲକ୍ଷଣ ଚିହ୍ନଟ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଜିଲ୍ଲାପାଳ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ।

 

Related Articles

Leave a Reply

Back to top button
error: Content is protected !!