?????

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି, ଜିଲ୍ଲା ଓକିଲ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡା: ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। ସମ୍ବଲପୁର ପରି ଏବେ ଝାରସୁଗୁଡାରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ଜିଲ୍ଲା ଓକିଲ ସଂଘ।

ବୁଧବାର ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶାର ଓକିଲମାନେ ଆନ୍ଦୋଳନ କରୁଥିବାବେଳେ ସୁପ୍ରିମ କୋର୍ଟ ପକ୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା l ଏହାସହ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସକୁ ବାତିଲ କରିବା ପାଇଁ ସୁପ୍ରିମ କୋର୍ଟ ଚେତାବନି ଦେଇଛନ୍ତି l ସୁପ୍ରିମ କୋର୍ଟର କରିଥିବା ଏହି ଅର୍ଡର ଏକ ତରଫା ହେବାସହ ପଶ୍ଚିମ ଓଡିଶାର ଓକିଲଙ୍କ ପ୍ରତି ଅନ୍ୟାୟ l ତେଣୁ ଏହାକୁ ଓକିଲ ସଙ୍ଘ ଦୃଢ଼ ନିନ୍ଦା କରୁଛି ବୋଲି ଝାରସୁଗୁଡା ଓକିଲ ସଙ୍ଘ ପକ୍ଷରୁ କୁହାଯାଇଛି l ଏହାସହ ପଶ୍ଚିମ ଓଡ଼ିଶାରେ ଶୀଘ୍ର ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ନହେଲେ ଓକିଲ ସଙ୍ଘ ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନି ଦେଇଛି l

ତ୍ରିନାଥ ଗୁଆଲ ଝାରସୁଗୁଡା ଜିଲ୍ଲା ଓକିଲ ସଙ୍ଘ ସଭାପତି କହିଛନ୍ତି, ଓଡ଼ିଶା ହାଇକୋର୍ଟର ଆଡଭୋକେଟ ଜେନେରାଲ ଏବଂ ରେଜିଷ୍ଟାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ଓକିଲ ମାନେ ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବ୍ୟାହାତ ହେଉଛି। ଏହାପରେ ସୁପ୍ରିମକୋର୍ଟ ଓକିଲ ମାନଙ୍କକ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସୁପ୍ରିମକୋର୍ଟ ପଶ୍ଚିମ ଓଡ଼ିଶାର ଓକିଲଙ୍କ ଦାବି ଠିକ୍ ଭାବେ ଶୁଣି ନାହାନ୍ତି। କି ପକ୍ଷ ରଖାଯାଇନି। ତେଣୁ ଆନ୍ଦୋଳନ ଚାଲିବ। ରାଜ୍ୟ ସରକାର ବୈମାତୃକ ମନୋଭାବ ଦେଖାଇ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କ ଜରିଆରେ ଏପରି କରାଉଛନ୍ତି। ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ। ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପରି ଝାରସୁଗୁଡା ଓକିଲ ସଂଘ ଏକାଠି ଅଛି। ଯଦି କୌଣସି ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ତାହେଲେ ଝରାସୁଗୁଡାର ଓକିଲମାନେ ମଧ୍ୟ ଲାଇସେନ୍ସ ଫେରାଇଦେବେ।

Related Articles

Leave a Reply

Back to top button
error: Content is protected !!