?????

ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ, ତିନି ଗିରଫ

ଝାରସୁଗୁଡା: ଏଲପିଜି ସିଲିଣ୍ଡରରେ ପାଣି ଭର୍ତ୍ତି କରାଯାଇ ବିକ୍ରି କରାଯାଉଥିବା ଅଭିଯୋଗରେ ଝାରସୁଗୁଡା ପୁଲିସ ବୁଧବାର ତିନି ଜଣଙ୍କୁ ଗିରଫ କରିଛି। ଅତାବିରାକୁ ଗ୍ୟାସ ସିଲିଣ୍ଡର ଯାଉଥିଲା। ଏହି ସମୟରେ ପୁଲିସ ସିଲିଣ଼୍ଡର ଯାଉଥିବା ଟ୍ରକ ସହିତ ଡ୍ରାଇଭର ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ରାକେଟରେ ଆଉ କିଏ କିଏ ଅଛନ୍ତି ପୁଲିସ ଏବେ ତଦନ୍ତ ଚଳାଇଛି। ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ ଏହି ସୂଚନା ଦେଇଛନ୍ତି।

ତିନି ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ଅଭିନାଶ ଯାଦବ, ଭୁବନେଶ୍ୱର ଯାଦବ, ଝାରସୁଗୁଡା ବେହେରାମାଲର ମାନସ ରଞ୍ଜନ ପାତ୍ର।

ଝାରସୁଗୁଡାରେ ଏକ ବେଆଇନ୍ ଗ୍ୟାସ ସିଲିଣ୍ଡର ଦୋକାନ ରହିଛି ଗିରଫ ଅଭିଯୁକ୍ତ ମାନସ ରଞ୍ଜନ ପାତ୍ରର। ବଜାରରୁ ଏମାନେ 500 ଟଙ୍କାର ଗ୍ୟାସ ସିଲିଣ୍ଡର କରି 800 ଟଙ୍କାରେ ବିକ୍ରି କରୁଥିଲେ ବୋଲି ପୁଲିସ କହିଛି। ଝାରସୁଗୁଡା ଓଏମପି ସ୍ଥିତ ଆଇଓସିଏଲ ବଟଲିଂ ପ୍ଲାଣ୍ଟରେ ସିଲିଣ୍ଡରରେ ପାଣି ଭର୍ତ୍ତି କରାଯାଇଥିବା ନେଇ ଆଇଓସିଏଲ ଥାନାରେ ଅଭିଯୋଗ ରହିଥିଲା।

ଅଭିଯୋଗ ପରେ ଅଗଷ୍ଟ 15ରେ, OR01-V2727ର ଟ୍ରକ୍ ଡ୍ରାଇଭର ଭୁବନେଶ୍ୱର ଯାଦବ 324ଟି ସିଲିଣ୍ଡର ନେଇ ଯାଉଥିଲା। ରାସ୍ତାରେ ଡ୍ରାଇଭର ଏବଂ ଏହି ବେଆଇନ କାରବାରରେ ସାମିଲ ଥିବା ଅବୀନାଶ ଯାଦବଙ୍କ ସହଯୋଗରେ ମନସ ରଂଜନ ପାତ୍ରଙ୍କୁ 2ଟି ସିଲିଣ୍ଡର ବିକ୍ରି କରିଥିଲେ। ପରେ ଉକ୍ତ ଟ୍ରକରେ 2ଟି ପାଣି ଭର୍ତ୍ତି ସିଲିଣ୍ଡର ଲୋଡ୍ କରିଥିଲେ।

ପୁଲିସ ତଦନ୍ତ କରି ଏସବୁ ପରଦା ପଛର ବେଆଇନ କାରବାର ଉଜାଗର କରିଛି। ପୁଲିସ ଏହି ମାମଲାର ତଦନ୍ତ କରିବାକୁ ଯାଇ ଉଭୟ ଭୁବନେଶ୍ୱର ଯାଦବ ଏବଂ ଅବିନାଶ ଯାଦବଙ୍କୁ ଗିରଫ କରିଥିଲା ଏବଂ ବେହେରାମାଲରୁ ମାନସ ରଞ୍ଜନ ପାତ୍ରଙ୍କୁ ଗ୍ୟାସ ସିଲିଣ୍ଡର ବିକ୍ରି କରିଥିବା ସ୍ୱୀକାର କରିଥିଲେ। ତେଣୁ ପୁଲିସ ମାନସଙ୍କୁ ମଧ୍ୟ ଗିରଫ କରିଥିଲା। ଏହି ସମୟରେ 8ଟି ଏଲପିଜି ଗ୍ୟାସ୍ ସିଲିଣ୍ଡର ଏବଂ ଗୋଟିଏ ମାରୁତି ଓମନି (OR 23B-9701) କାର ଜବତ କରିଛି ପୁଲିସ।

ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ କହିଛନ୍ତି, “ଆଇଓସିଏଲର ଦେବେନ୍ଦ୍ର ତିୱାରୀ ନାମକ ବ୍ୟକ୍ତି ବେଆଇନ୍ ସିଲିଣ୍ଡର ବେପାର ହେଉଥିବା ଅଭିଯୋଗ କରିଥିଲେ। ଏହାପରେ ଆମେ ଡ୍ରାଇଭର ଏବଂ ତାଙ୍କ ସମ୍ପର୍କୀୟ ସହିତ ମାନସ ରଞ୍ଜନ ପାତ୍ରଙ୍କୁ ଗିରଫ କରିଛୁ। ଏଥିସହିତ 8ଟି ଏଲପିଜି ସିଲିଣ୍ଡର ଏବଂ ଗୋଟିଏ ମାରୁତି ଓମନି କାର ଜବତ କରିଛୁ। ମୋଟ୍ ତିନି ଜଣ ଏହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଛନ୍ତି।”

Related Articles

Leave a Reply

Back to top button
error: Content is protected !!