ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି

0
116

ଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି । ଓଡିଶା ଗସ୍ତରେ ଆସିଥିବା ଦଳର ଓଡ଼ିଶା ପ୍ରଭାରୀ ତଥା ସାଂସଦ ସଞ୍ଜୟ ସିଂ ଏହା କହିଛନ୍ତି । ଦୁଇ ଦିନିଆ ଗସ୍ତରେ ଥିବା ସଞ୍ଜୟ ସିଂ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ଏହି ପାର୍ଟି ଗ୍ରହଣ କରିବ ବୋଲି କହିଛନ୍ତି ।

ପାର୍ଟି ନିଜର ପ୍ରାର୍ଥୀ ଦେବ । ଗ୍ରାମାଞ୍ଚଳର ବିକାଶ ହେଲେ ହିଁ ଓଡ଼ିଶାର ବିକାଶ ହେବ । କେବଳ ବଡ଼ ବଡ଼ ବିଲ୍ଡିଂ ତିଆରି କରିଦେଲେ ହେବ ନାହିଁ। ଯେ ପର୍ଯ୍ୟନ୍ତ ଗାଁର ବିକାଶ ହୋଇନି ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ସମ୍ଭବ ନୁହଁ । ଯେପରି ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଅପରିହାର୍ଯ୍ୟ ସେହିପରି ବିଜୁଳି ମଧ୍ୟ ଏବେ ଚଳିବା ପାଇଁ ନିହାତି ଆବଶ୍ୟକ । ମାସକୁ ୨୦୦ ୟୁନିଟ ବିଜୁଳି ମାଗଣା ଦିଆଯାଉ । ବନ୍ଦ ହୋଇଥିବା ୧୪ ହଜାର ସ୍କୁଲକୁ ଯଥା ଶୀଘ୍ର ଖୋଲାଯାଉ । ଆହୁରି ଅଧିକା ସ୍କୁଲ ମଧ୍ୟ ଖୋଲା ଯାଉ । ସ୍କୁଲର ବ୍ୟବସ୍ଥାରେ ସୁଧାର ଅଣାଯାଉ । ସରକାରୀ ସ୍କୁଲରେ ଭଲ ବ୍ୟବସ୍ଥା କଲେ ନିଶ୍ଚିନ୍ତ ପିଲା ଆସି ଏଠାରେ ପଢିବେ । ବେସରକାରୀ ବିଦ୍ୟାଳୟ ଅପେକ୍ଷା କିପରି ଅଧିକରୁ ଅଧିକ ପିଲା ଆସି ସରକାରୀ ସ୍କୁଲରେ ପଢିବେ ସେ ନେଇ ଚିନ୍ତା କରିବା ଆବଶ୍ୟକ ବୋଲି ସାଂସଦ ସଞ୍ଜୟ ସିଂ କହିଛନ୍ତି ।

ବିଜେଡିର ୨୩ ବର୍ଷ ଶାସନ ପରେ ମଧ୍ୟ ଓଡ଼ିଶାରେ ବେରୋଜଗାର କମିବାର ନାଁ ଧରୁନି । ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ସାମ୍ବାଦିକ ସମ୍ମିଳନୀରେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ମଧ୍ୟ ଉଠିଥିଲା । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଆବଶ୍ୟକ ବୋଲି ଶ୍ରୀ ସିଂ କହିଛନ୍ତି ।