?????

ଏସପି, ଏସିଡିପିଓଙ୍କ ପରେ ବଦଳିଲେ ବ୍ରଜରାଜନଗର ଥାନା ଆଇଆଇସି; ମନ୍ତ୍ରୀଙ୍କ ପିଏସଓ ନିଲମ୍ବିତ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ସୁରକ୍ଷାରେ ବଡ଼ ତ୍ରୁଟି ପରିଲିକ୍ଷିତ ହୋଇଛି। ଏହି ଘଟଣାରେ ଏସପି, ଏସିଡିପିଓଙ୍କ ପରେ ଆଜି ବଦଳିଛନ୍ତି ବ୍ରଜରାଜନଗର ଥାନା ଆଇଆଇସି ଏବଂ ନିଲମ୍ବିତ ହୋଇଛନ୍ତି ସ୍ବର୍ଗତ ମନ୍ତ୍ରୀଙ୍କ ପିଏସଓ ପିଏସଓ ମିତ୍ରଭାନୁ ଦେଓ।

ଗତକାଲି ମନ୍ତ୍ରୀଙ୍କ ପିଏସଓଙ୍କୁ ଏଡିଡି ଅରୁଣ ବୋଥ୍ରା ପଚରାଉଚରା କରିଥିବା ସୂଚନା ରହିଛି। ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ଏବେ ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି। ସେ ସେଠାରେ ଡ୍ୟୁଟି କରିବେ ବୋଲି ଜଣାପଡିଛି।

ଯେତେବେଳେ ଅଭିଯୁକ୍ତ ଗୋପାଳ ଦାସ ମନ୍ତ୍ରୀଙ୍କ କାର ପାଖକୁ ଆସିଥିଲେ ସେତେବେଳେ ପିଏସଓ କ’ଣ କରୁଥିଲେ ସେ ନେଇ ପ୍ରଶ୍ନ ଉଠିଛି। ପିଏସଓ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜାଣିଛନ୍ତି କି ନାହିଁ ଏବଂ ଗୁଳିକାଣ୍ଡ ପରେ ଗୋପାଳ ଦାସଙ୍କ ବନ୍ଧୁକକୁ ଅନେକ ହାତରେ ଧରିଥିବା ଦେଖିବାକୁ ମିଳିଛି। ତେଣୁ ବ୍ରଜରାଜନଗର ଥାନାର ଆଇଆଇସି ଶ୍ରୀଯୁକ୍ତ ସ୍ବାଇଁ କଣ କରୁଥିଲେ ସେ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ,ଗତକାଲି ଏହି ଘଟଣାରେ ମଙ୍ଗଳବାର ଝାରସୁଗୁଡ଼ା ଏସପି ରାହୁଲ ଜୈନ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତିନି ଦିନ ପରେ ଏହି ବଦଳି ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାହୁଲ ଜୈନଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଜି ଡ୍ୟୁଟିରେ ଯୋଗ ଦେଇଛନ୍ତି। ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ଡିଜିପି ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରରେ ଗୁପ୍ତେଶ୍ୱର ଭୋଇଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି।

Related Articles

Leave a Reply

Back to top button
error: Content is protected !!