?????

ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ଦରମା

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ସମିତି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)କୁ ବୃଦ୍ଧି କରିଛନ୍ତି। ଏବେ ମୂଳ ଦରମାର ପରିମାଣକୁ 28%କୁ ବୃଦ୍ଧି ପାଇଛି। ପୂର୍ବରୁ ଏହା 17% ଥିଲା। ମୋଟ୍ ଉପରେ 11% ଡିଏ ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଦିତ ଦରମା ଜୁଲାଇ 1ରୁ ଲାଗୁ ହେବ।

କରୋନା ପାଇଁ ଦେଖାଦେଇଥିବା ସ୍ଥିତି କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତାର ତିନୋଟି ଅତିରିକ୍ତ କିସ୍ତିକୁ ସ୍ଥଗିତ ରଖିଥିଲେ। ଯାହାକି ଜାନୁଆରୀ 1.2020, ଜୁଲାଇ.07.2020 ଏବଂ ଜାନୁଆରୀ.01.2021ରେ ପ୍ରଦାନ କରାଯିବାକୁ ଥିଲା।

ହେଲେ 01.01.2020 ଠାରୁ ଆରମ୍ଭ କରି 30.06.2021 ପର୍ଯ୍ୟନ୍ତ ଅବଧି ଲାଗି ମହଙ୍ଗା ଭତ୍ତା/ମହଙ୍ଗା ସହାୟତା ହାର ପୂର୍ବବତ୍  17% ରହିବ।

 

Related Articles

Leave a Reply

Back to top button
error: Content is protected !!