୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ଚାଇଲ୍ଡ ଲାଇନ

ଝାରସୁଗୁଡା: 5 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଶିଶୁ ସୁରକ୍ଷା ଅଧିକାର କମିଟି। ଜିଲ୍ଲାର ବେହେରମାଳରେ ଏକ କନଷ୍ଟ୍ରକସନ କାମରେ ଏହି 5 ଶିଶୁ ନିୟୋଜିତ ଥିବା ବେଳେ ଶିଶୁ ସୁରକ୍ଷା ଅଧିକାର ଉଦ୍ଧାର କରିଛି। ଜଣେ ଅଜଣା ଲୋକ ପ୍ରଥମେ ଏ ନେଇ ଫୋନ୍ କରି ଶିଶୁ ସୁରକ୍ଷା ଅଧିକାର ଟିମଙ୍କୁ କହିଥିଲେ। ପରେ ଶିଶୁ ସୁରକ୍ଷା ଅଧିକାରୀ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା।
ଫୋନ୍ କଲେ ପାଇବା ପରେ ଶିଶୁ ସୁରକ୍ଷା ଅଧିକାର କିମିଟିର ପ୍ରମୁଖ ଅଧିକାରୀ ଆଶିଷ କୁମାର ପଣ୍ଡା ଏବଂ ସହକକର୍ମୀ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କ ବୟସ 10-13 ବର୍ଷ ମଧ୍ୟରେ ରହିଛି। ଶିଶୁ ସୁରକ୍ଷା ଅଧିକାର ଏମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଛି। ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ପଶ୍ଚିମବଙ୍ଗର ମୁର୍ସିଦାବାଦର ଠିକାଦାର ମିଣ୍ଟୁ ଶେଖର ବିରୋଧରେ ଶ୍ରମ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ସୂଚନା ଦେଇଛନ୍ତି।