ସ୍ୱାମୀ କରୋନାରେ ଆକ୍ରାନ୍ତ, ଚିକିତ୍ସା ପାଇଁ କାନି ପାତିଲେ ମୌସୁମୀ

0
330

ବାସୁଦେବପୁର: କରୋନା ଦେଖୁନି ବୟସ, ସ୍ଥାନ କାଳ ହେଲେ ଥିଲା ବାଲା ଯେନତେନ ପଇସା ଖର୍ଚ୍ଚ କରି ବଞ୍ଚି ଯାଉଛନ୍ତି ହେଲେ ପଇସାର ଅଭାବ ଥିଲେ ଚିକିତ୍ସା ପାଇଁ ଏବେ ଡାକ୍ତର ଏବଂ ସାଧାରଣ ଲୋକଙ୍କ ସାହାଯ୍ୟ ହିଁ ଭରସା। ଯାହାକି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମୌସୁମୀଙ୍କ କ୍ଷେତ୍ରରେ ଘଟିଛି।

ନୂଆ କରି ବିବାହ କରିଥିଲେ ଅଭିଷେକ-ମୌସୁମୀ। ସଂସାରର ରଥ ଠିକ୍ ସେ ଗଡ଼ିବା ପୂର୍ବରୁ କିନ୍ତୁ ଅଭିଷେକ କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଛନ୍ତି। ଏବେ କିଭଳି ଶଙ୍ଖା ସିନ୍ଦୂର ବଞ୍ଚିବ ସେ ଚିନ୍ତାରେ ମୌସୁମୀ। ଅଭିଷେକ କରୋନାରେ ସଂକ୍ରମିତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ରୋଗର ଜଟିଳତା ବଢୁଥିବାରୁ ଇକ୍‌ମୋ ଚିକିତ୍ସା ଦରକାର। ହେଲେ ରାଜ୍ୟର ଏହି ସୁବିଧା ନଥିବାରୁ ଓଡ଼ିଶା ବାହାରକୁ ଯିବା ଏବେ ମୌସୁମୀଙ୍କ ପାଇଁ ଏବଂ ତାଙ୍କ ଶାଶୂ ଘର ପାଇଁ କାଠିକର ହୋଇ ପଡ଼ିଛି।

ମୌସୁମୀଙ୍କ ଶାଶୂ ଓ ଶଶ୍ୱର କହିଛନ୍ତି ଅଭିଷେକ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ସେ ଉମାନ୍‌ରେ ସିଭିଲ୍‌ ଇଞ୍ଜିନିୟର ଭାବେ କାମ କରନ୍ତି। ଏବେ ଜମି ଏବଂ ପାଖରେ ଥିବା ସମ୍ୱଳ ବିକ୍ରି କରି 10 ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ହେଲେ କୋଲକାତାକୁ ଏୟାରଲିଫ୍ଟ କରାଯାଇ ଚିକିତ୍ସା କରିବା ପାଇଁ 1 କୋଟି ଟଙ୍କା ଦରକାର। ତେଣୁ ତାଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ଯଦି କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି, ତାହାହେଲେ-ଏସ୍‌ବିଆଇ ଆକାଉଣ୍ଟ ନମ୍ୱର:20212111429, IFSC: SBIN0002014, GPay/Phone Pay-9583596886, 8956394401 (ରୋଶନ ମହାନ୍ତି)ଙ୍କୁ ପଠାଇବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ।