ମେ 24ରୁ ଝଡ଼, ତୋଫାନ ହେବ ଆକଳନ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ। ଆଉ 24ତାରିଖ ସନ୍ଧ୍ୟାରେ ଉପକୂଳବର୍ତ୍ତି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ପୁରୀ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତେବେ ଏହି ସମୟରେ ବର୍ଷା ସହିତ ପବନ ମଧ୍ୟ ବୋହିବ ବୋଲି ଜଣାପଡ଼ିଛି। ଘଣ୍ଟାପ୍ରତି 40ରୁ 60 କିଲୋମିଟର ବେଗରେ ଏହି ପବନ ବୋହିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, 23 ତାରିଖ ଦିନ ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ପ୍ରାକ ଆକଳନ ଅନୁସାରେ ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ତେବେ ତାହାର ଗତି, ବେଗ ଓ ତୀବ୍ରତା କେତେ ରହିବ ସେ ନେଇ ଆଇଏମଡି କହିନି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି ।