?????

ଓଡ଼ିଶାର ନୂଆ ପୁଲିସ ଡିଜି ହେବେ ସୁନୀଲ ବଂଶଲ

ଭୁବନେଶ୍ୱର: ଏବେର ପୁଲିସ ଡିଜି ଅଭୟ କୁମାରଙ୍କ କାର୍ଯ୍ୟକାଳ ଡିସେମ୍ବର 31ରେ ଶେଷ ହେବ । ଆଉ 1 ଜାନୁଆରୀ 2022ରେ ନୂଆ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କରିବେ ଆଇପିଏସ ସୁନୀଲ ବଂଶଲ। ଅର୍ଥାତ୍ ନୂଆ ବର୍ଷର ଓଡିଶାର ଆଇନ ଶୃଙ୍ଖଳାର କମାଣ ସମ୍ଭାଳିବେ 1987 ବ୍ୟାଚର ଏହି ଆଇପିଏସ ଅଫିସର । ଅଭୟ ଅବସର ହେବା ନେଇ ଜଣାପଡିବା ପରେ ୟୁପିଏସସି 3ଟି ନାମ ପ୍ରସ୍ତାବ ଦେଇଥିଲା । ସେଥିମଧ୍ୟରୁ ବଂଶଲଙ୍କ ନାମ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସୁରକ୍ଷା ଓ ସେବା ତାଙ୍କ ପାଇଁ ପ୍ରାଥମିକତା ହେବ।

କେନ୍ଦ୍ରରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଏହି ବରିଷ୍ଠ ଆଇପିଏସ ତାଙ୍କର କାର୍ଯ୍ୟକାଳ ଏହି ଓଡ଼ିଶା ମାଟିରୁ ଆରମ୍ଭ କରିଥିଲେ। ମୟୂରଭଞ୍ଜର ଏସପି ମଧ୍ୟ ସେ ଥିଲେ। ଏହାପରେ ସେ କେନ୍ଦ୍ର ଡେପୁଟେସନରେ ଯାଇଥିଲେ ଯେ ଆଉ ଓଡ଼ିଶା ଫେରିନଥିଲେ। ଏହାରି ଭିତରେ ଅନେକ ବର୍ଷ ବିତିଛି । ସରକାର ପରେ ସରକାର ବଦଳିଛି, ରାଜ୍ୟର ସାମାଜିକ, ସୃସ୍କୃତି ଏବଂ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତନ ହୋଇଛି। ସେ ଦାୟିତ୍ୱ ନେବା ପରେ ତାଙ୍କ ଆଗରେ ପ୍ରଥମ ଚ୍ୟାଲେଞ୍ଜ ରହିବ ପଞ୍ଚାୟ ନିର୍ବାଚନ । ଫେବୃଆରୀରେ ହେବାକୁ ଥିବା ପଂଚାୟତ ନିର୍ବାଚନ ବେଳେ ରାଜନୀତିକ ସମାବେଶ ସହିତ ହିଂସା ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ବଢି ଚାଲିଥିବା ବ୍ରାଉନ ସୁଗାର ଏବଂ ଅନ୍ୟାନ୍ୟ ବେଆଇନ କାରବାର ଉପରେ ଲଗାମ କଷିବା ରହିବ ବଂଶଲଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ସେହିପରି ମାଓପ୍ରବଣ ଜିଲ୍ଲାରେ ମାଓ ଦମନ କରିବା ବି ସୁନୀଲ ବଂଶଲଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହେବ ।

ଉଲ୍ଲେଖଯୋଗ୍ୟ, ବଂଶଲଙ୍କ ଚାକିରି ଅବଧି ଯେଉଁଠି ଆରମ୍ଭ ହୋଇଥିଲା ସେଇଠି ଶେଷ ହେବାକୁ ଯାଉଛି। ଯଦିଓ ବଂଶଲଙ୍କ ଚାକିରି ଅବଧି 30 ଜୁନ୍ 2022ରେ ଶେଷ ହେବାକୁ ଯାଉଛି ହେଲେ ରାଜ୍ୟ ସରକାର ଚାହିଁଲେ ତାଙ୍କର ଚାକିରୀ ଅବଧିକୁ ଆଉ ଦେଢ଼ ବର୍ଷ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ନୂଆ ନିୟମ ଅନୁସାରେ ଜଣେ ପୋଲିସ ଡିଜିଙ୍କୁ 2 ବର୍ଷ ଦାୟିତ୍ୱରେ ରହିବା ବାଧ୍ୟତାମୂଳକ ।

Related Articles

Leave a Reply

Back to top button
error: Content is protected !!