?????

ଶିବ ସୁନ୍ଦର ଦାସ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍

ଭୁବନେଶ୍ୱର: ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କ ବଡ଼ ଦାୟିତ୍ୱ ଦେଇଛି ବିସିସିଆଇ। ଭାରତୀୟ ମହିଳା ଟିମ୍ ଆସନ୍ତା ୧୯ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଏହା ପୂର୍ବରୁ ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି ବିସିସିଆଇ। ଆଉ ଦିଲ୍ଲୀର ପୂର୍ବତନ ୱିକେଟ କିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରିଛି ବିସିସିଆଇ। ଉଭୟ ଶିବ ସୁନ୍ଦର ଏବଂ ଅଭୟ ଶର୍ମା ମୁଖ୍ୟ କୋଚ୍ ରମେଶ ପାୱାରଙ୍କୁ ସହଯୋଗ କରିବେ।

ଶିବସୁନ୍ଦର ନୂଆ ଦାୟିତ୍ୱ ନେଇ ଖୁସି ପ୍ରକଟ କରିଛନ୍ତି। ପୂର୍ବରୁ ସେ ଭାରତୀୟ ମହିଳା-ଏ ଟିମ୍ ସହ କାମ କରିଥିଲେ। ଏବେ  ସିନିୟର ମହିଳା ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇ ସେ ଖୁସି ବୋଲି କହିଛନ୍ତି। ନୂଆ ଦାୟିତ୍ୱ ନେଇ ସେ ଉତ୍ସାହିତ ବୋଲି କହିଛନ୍ତି।

Related Articles

Leave a Reply

Back to top button
error: Content is protected !!