ବିଦେଶରେ ବଢ଼ିଲା କରୋନା ସଂକ୍ରମଣ, ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି?

0
173

ଭୁବନେଶ୍ୱର: ୟୁରୋପିଓରେ ବଢୁଛି କରୋନା ସଂକ୍ରମଣ। ଆଗକୁ ଦେଶରେ କିମ୍ବା ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ବୋଲି ପ୍ରଶ୍ନ ଉଠିଛି । ଯାହାର ଜବାବ ରଖିବାକୁ ଯାଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୟୁରୋପ ଏବଂ ଚାଇନାରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ। କିନ୍ତୁ ଆମେ ଆତଙ୍କିତ ହେବାର ନାହିଁ କାହିଁକି ନା ଦ୍ୱିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ। ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ। ଯଦିଓ ଇମିନ୍ୟୁଟି 75 ପ୍ରତିଶତ ଥିଲା ତିନି ମାସ ତଳେ ହେଲେ ଏବେ ବି ଭ୍ୟାକିନେସନ୍ ଚାଲିଛି ତେଣୁ ଇମିନ୍ୟୁଟି ବଢୁଛି। ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି। ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ।

ସେହିପରି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ଅଧିକ ତ୍ୱରାନ୍ୱିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ 3 କୋଟି 82 ଲକ୍ଷ ଡୋଜ ଟୀକା କରଣ ସରିଲାଣି। ପ୍ରଥମ ଡୋଜ 2 କୋଟି 61 ଲକ୍ଷ 18 ହଜାର 704ଜଣ ନେଇଛନ୍ତି। ଦିତୀୟ ଡୋଜ ନେଇଛନ୍ତି 1 କୋଟି 21 ଲକ୍ଷ 40 ହଜାର 823 ଜଣ। ବର୍ତ୍ତମାନ ସୁଦ୍ଧା 46 ଲକ୍ଷ ଡୋଜ ଟୀକା ମହଜୁଦ ଅଛି। 80 ପ୍ରତିଶତ ପ୍ରଥମ ଡୋଜ ସରିଛି। ଯେଉଁ ମାନଙ୍କର ଦିତୀୟ ଡୋଜ ସମୟ ହେଲାଣି ସେମାନଙ୍କୁ ଟୀକା ଦେବାକୁ ଗୁରୁତ୍ୱ ଦିଆଯାଉଛି। ଗତକାଲି ଟୀକାକରଣ କ୍ଷେତ୍ରରେ ଓଡିଶା ଆଗରେ ରହିଛି। ଦେଶରେ୫ ଲକ୍ଷ ଭଳି ଟୀକାକରଣ ହୋଇଥିବା ବେଳେ ରାଜ୍ୟରେ କେବଳ 1 ଲକ୍ଷ 54 ହଜାର ଡୋଜ ଟୀକାକରଣ ହୋଇଛି। ୟୁରୋପିଆନ ଦେଶରେ ବ୍ୟାପକ ଟୀକାକରଣ ପରେ ବି ସଂକ୍ରମଣ ବଢୁଛି।ଦୁଇ ଡୋଜ ଟୀକା ନେବା ପରେ ବି କୋଭିଡ ନିୟମ ମାନିବାକୁ ପଡିବ। ପ୍ରାୟ ଦୁଇ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦିତୀୟ ଡୋଜ ଅଧିକ ଟୀକାକରଣ ହେଉଛି।

ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି, ସଂକ୍ରମଣ କମି ଥିଲେ ବି ଢିଲା ହେବା ଉଚିତ ନୁହେଁ। ସମସ୍ତେ ସତର୍କ ରହିବା ଉଚିତ। କୋଭିଡ ନିୟମ ମାନିବା ଉଚିତ। ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି। ବଢିବାର ବିଭିନ୍ନ କାରଣ ହୋଇପାରେ। ସେ ଦୃଷ୍ଟିରୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼,ଚିକିତ୍ସା ସୁବିଧା ସହ ଅକ୍ସୀଜେନ ମହଜୁଦ ରଖିଛନ୍ତି। ଦୁଇ ତିନିଦିନରେ ସମୀକ୍ଷା କରାଯାଉଛି। ପୂର୍ବରୁ ଡେ଼ଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ଅଛି। ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ। ବର୍ତ୍ତମାନ ସ୍ଥିତି ର ଉନ୍ନତି ଆସୁଛି କିନ୍ତୁ ରିଲାକ୍ସ ହେବା କଥା ନୁହେଁ। ଆଶ୍ୱସ୍ତିକର ରହିଛି ବର୍ତ୍ତମାନ ର ସଂକ୍ରମଣ କିନ୍ତୁ ସାବଧାନ ରହିବା ଉଚିତ । ତୃତୀୟ ଲହର ଆସିପାରେ। ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବ।

ଉଲ୍ଲେଖଯୋଗ୍ୟ, ୟୁରୋପ ଏବଂ ମଧ୍ୟ ଏସିଆର 53ଟି ଦେଶ କରୋନା ସଂକ୍ରମଣର ନୂଆ ଲହର ଆଶିବାର ଆଶଙ୍କା ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଏପରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୁରୁବାର ଏହି ସୂଚନା ଦେଇଛି WHOର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଡାକ୍ତର ହାନସ୍ କ୍ଲୁଗ୍। ସେ କହିଛନ୍ତି ଯେ ସଂକ୍ରମିତ ସଂଖ୍ୟା ପୁଣିଥରେ ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି ତେଣୁ ସଂକ୍ରମଣ ଶୀଘ୍ର ବ୍ୟାପିବାର ସମ୍ଭାନା ରହିଛି । ଏହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।