?????

ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୧.୭.୨୦୨୧ ଠାରୁ ବକେୟା ଥିବା ୩ ପ୍ରତିଶତ ଅତିରିକ୍ତ କିସ୍ତି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପ୍ରଦାନ କରାଯିବ।

ବର୍ତ୍ତମାନ ମୂଳ ଦରମା/ପେନସନରେ ମହଙ୍ଗା ଭତ୍ତା/ମହଙ୍ଗା ସହାୟତା ଦର ୨୮ ପ୍ରତିଶତ ରହିଛି। ଏହା ଉପରେ ୩ ପ୍ରତିଶତ ଅଧିକ ଦରରେ ମହଙ୍ଗା ଭତ୍ତା/ସହାୟତା ପ୍ରଦାନ କରାଯିବ। ଦରବୃଦ୍ଧି ବାବଦ କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବୃଦ୍ଧି କରାଯାଇଛି।

ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ଗ୍ରହଣ କରାଯାଇଥିବା ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି। ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବାବଦରେ ଦେଶର ରାଜକୋଷ ଉପରେ ବାର୍ଷିକ ୯,୪୮୮.୭୦ କୋଟି ଟଙ୍କାର ବୋଝ ପଡ଼ିବ। ତେବେ ଏହା ଦ୍ୱାରା ୪୭ ଲକ୍ଷ ୧୪ ହଜାର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ ଲାଭାନ୍ୱିତ ହେବେ।

Related Articles

Leave a Reply

Back to top button
error: Content is protected !!