କରୋନାକୁ ରୋକିବାରେ ଲକଡାଉନ କଡ଼ା ପ୍ରହାର: ସ୍ୱାସ୍ଥ୍ୟ ବିଶେଷଜ୍ଞ
![](https://jsglive.in/wp-content/uploads/2021/06/niroj-mishra-doctor.jpg)
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାର ପ୍ରଭାବ କରୋନା ଉପରେ ପଡ଼ିଛି। ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ସଂକ୍ରମଣ ହାର 26 ପ୍ରତିଶତ ଥିବା ବେଳେ ଏବେ ଏହା କ୍ରମଶଃ କମି 14 ପ୍ରତିଶତ ହୋଇଛି। ଏହା ଭଲ ଖବର ବୋଲି। ଆଗକୁ ଆହୁରି କମିବ। କିନ୍ତୁ ଦୁଇ ଜିଲ୍ଲାରେ ବନ୍ୟା ଛାଡ଼ିଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି।
ତେବେ ଏବେ ପଜିଟିଭିଟି ରେଟ୍ କମିଛି ଆଗାମୀ ଦୁଇ ସପ୍ତାହ ଅର୍ଥାତ୍ ତୃତୀୟ ଲକଡାଉନ୍ ଶେଷ ହେବା ବେଳକୁ ସଂକ୍ରମଣ ବାର 14 ପ୍ରତିଶତରୁ 5 ପ୍ରତିଶତ କମିଥିବ ବୋଲି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ମୁଖ୍ୟତଃ ଏବେ କରୋନାର ହଟସ୍ପଟ ଗାଁ ଗୁଡ଼ିକ ରହିବ। ରାଜ୍ୟରେ ଏବେ ଗାଁ ଗୁଡ଼ିକରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ଗାଁରେ କରୋନା ସଂକ୍ରମଣକୁ ରୋକିବା ଉପରେ ଗୁରୁତ୍ୱ ଦେବା ଦରକାର। ଯଦି ଗାଁରେ ଆମେ ସଂକ୍ରମଣ ରୋକିବାରେ ସଫଳ ହେବା ତାହେଲେ ଆମେ ସଫଳ ହେବା ବୋଲି ସେ କହିଛନ୍ତି। ଏହାରି ଭିତରେ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଛନ୍ତି।