ଦେଓଗଡରୁ ଚିହ୍ନଟ ହେଲେ ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଆକ୍ରାନ୍ତ
ଭୁବନେଶ୍ୱର : ଦେଓଗଡ଼ରୁ ଚିହ୍ନଟ ହେଲେ ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡେଲଟା ପ୍ଲସ ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ଚେକ କରୁଛନ୍ତି। ସେ କେମିତି ସଂକ୍ରମିତ ହେଲେ ଏହାର ତଦନ୍ତ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତର୍ଜମା କରୁଥିବା ଜଣାପଡ଼ିଛି।
ଦେଶରେ ମୋଟ୍ 48 ଜଣ ଏହି ଡେଲଟା ପ୍ଲସରେ ସଂକ୍ରମିତ ହୋଇଛନ୍ତି। ମୋଟ୍ 48 ହଜାର ନମୁନାରୁ 9ଟି ରାଜ୍ୟରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରୁ ଦେଓଗଡ ଜିଲ୍ଲାରୁ ଜଣେ ଏହି ଡେଲଟା ପ୍ଲସରେ ସଂକ୍ରମିତ ହୋଇଛି। ମଧ୍ୟପ୍ରଦେଶରୁ 7, ମହାରାଷ୍ଟ୍ରରୁ 20, ପଞ୍ଜାବରୁ 2, ଗୁଜରାଟରୁ 2, କେରଳାରୁ 3, ଆନ୍ଧ୍ରପ୍ରଦେଶରୁ 1, ତାମିଲନାଡୁରୁ 9, ଓଡ଼ିଶାରୁ 1, ରାଜସ୍ଥାନ, ଜମ୍ମୁ ଏବଂ କର୍ଣ୍ଣାଟକାରୁ ଜଣେ ଲେଖାଏଁ ଏହି ଡେଲଟା ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି।
ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଆଲଫା, ବିଟା, ଗାମା ଏବଂ ଡେଲ୍ଟା ସଂକ୍ରମଣ ବିରୋଧରେ କାମ କରିବ ବୋଲି ସେ କହିଛନ୍ତି।