?????

ମୋଦିଙ୍କ ମନ୍ତ୍ରିମଣ୍ଡଳରୁ 7 ବରିଷ୍ଠ ମନ୍ତ୍ରୀ ସମେତ ମୋଟ୍ 12 ଦେଲେ ଇସ୍ତଫା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରୁ 7ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି। ଏହି 7 ମନ୍ତ୍ରୀ ଜଣେ ପରେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କୋଭିଡର ଦ୍ୱିତୀୟ ଲହରକୁ ଠିକ୍ ଭାବରେ ପରିଚାଳନା ନକରିବା ହେତୁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି।

ବରିଷ୍ଠ ମନ୍ତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’, ରାସାୟନିକ ଏବଂ ସାର ମନ୍ତ୍ରୀ ସଦାନନ୍ଦ ଗୌଡା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସାନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଛନ୍ତି। ଆଇନ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଏବଂ ପ୍ରସାରଣ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥୱାର ଚାନ୍ଦ ଗେହଲୋଟ୍ କର୍ଣ୍ଣାଟକର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି।

ଇସ୍ତଫା ଦେଇଥିବା ମନ୍ତ୍ରୀ ହେଲେ ଡି.ଭି ସଦାନନ୍ଦ ଗୌଡ଼ା, ରବି ଶଙ୍କର ପ୍ରସାଦ, ଥାୱରଚନ୍ଦ ଗେହଲଟ, ରମେଶ ପୋଖରିୟାଲ ‘ନିଶଙ୍କ’, ଡ. ହର୍ଷ ବର୍ଦ୍ଧନ, ପ୍ରକାଶ ଜାଭଡ଼େକର, ସନ୍ତୋଷ କୁମାର ଗଙ୍ଗୱାର, ବାବୁଲ ସୁପ୍ରିୟୋ, ଧୋତ୍ରେ ସଞ୍ଜୟ ଶାମରାଓ, ରତନ ଲାଲ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁଶ୍ରୀ ଦେବାଶ୍ରୀ ଚୌଧୁରୀ, ରାଓସେହେବ ଦାନଭେ ପାଟିଲ।

Related Articles

Leave a Reply

Back to top button
error: Content is protected !!