ତୈଳ ଦର ବୃଦ୍ଧି ପ୍ରତିବାଦ, 15ରେ ଓଡ଼ିଶା ବନ୍ଦ ଡାକରା ଦେଲା ବାମଦଳ

0
54

ଭୁବନେଶ୍ୱର: ବଢ଼ୁଛି ତେଲ ଦର। ରାଜଧାନୀରେ ପେଟ୍ରୋଲ ଲିଟର ପିଛା 102 ଟଙ୍କା ଟପିଛି। ଏହାରି ଭିତରେ ବାମଦଳ 15 ତାରିଖ ଦିନ ଓଡ଼ିଶା ବନ୍ଦର ଡାକରା ଦେଇଛି। ଏହାକୁ ସମର୍ଥନ କରିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ତେବେ ପ୍ରତିବାଦ କରିବାକୁ ଯାଇ 15 ତାରିଖ ଦିନ ଏକ ବିଶାଳ ରାଲି ହେବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ଏଥିସହ ଏହି ଦିନ ଲୋକଙ୍କୁ ପେଟ୍ରୋଲ, ଡିଜେଲ ନକିଣିବାକୁ ନିବେଦନ କରିଛନ୍ତି। ସେହିପରି 17 ତାରିଖ ଦିନ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ସେ କହିଛନ୍ତି।

ସେହିପରି ନବନିର୍ମାଣ ଛାତ୍ର ସଂଗଠନ ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି। ସକାଳ 6ଟାରୁ ସଂଧ୍ୟା 6ଟା ଯାଏ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ବିରୋଧ ପ୍ରଦର୍ଶନ କରା।ଯିବ ବୋଲି କହିଛି।