?????

ଅଗଷ୍ଟ 16ରୁ ସ୍କୁଲକୁ ଯିବେ ନବମ ଶ୍ରେଣୀ ବିଦ୍ୟାର୍ଥୀ

ଭୁବନେଶ୍ୱର: ଅଗଷ୍ଟ 16 ପାଖରୁ ସ୍କୁଲକୁ ଯିବେ ନବମ ଶ୍ରେଣୀ ବିଦ୍ୟାର୍ଥୀ। ଏ ନେଇ ଆଜି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ସରକାରୀ, ଘରୋଇ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲର ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛି। ସ୍କୁଲ ସକାଳ 9ଟାରୁ ଆରମ୍ଭ ହୋଇ ସାଢ଼େ 12ଟାରେ ଶେଷ ହେବ। ଏହି ସମୟରେ କୌଣସି ବିରତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ କହିଛି।

ସ୍କୁଲରେ ପାଠ ପଢ଼ିବା ସମୟରେ କରୋନା ନିୟମ କଡାକଡି ଭାବରେ ପାଳନ ହେବ। ଶ୍ରେଣୀ ଗୃହରେ ବିଦ୍ୟାର୍ଥୀ କୋଭିଡ୍ ନିୟମ ମାନିବେ। ଦୂରତା ରଖି ବସିବେ। ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ରହିଛି। ତେବେ ସ୍କୁଲରେ ବିଦ୍ୟାର୍ଥୀଙ୍କ ଉପସ୍ଥାପନ ବାଧ୍ୟତାମୂଳକ ନାହିଁ। ଛାତ୍ରଛାତ୍ରୀ ଚାହିଁଲେ ଅନ୍ ଲାଇନ କ୍ସାସରେ ସାମିଲ୍ ହୋଇପାରିବେ।

Related Articles

Leave a Reply

Back to top button
error: Content is protected !!