?????

ଝାରସୁଗୁଡା ଫୁଟବଲ ରେଫରୀ ସଂଘ ଗଠିତ

ଝାରସୁଗୁଡା: ଶୁକ୍ରବାର ଝାରସୁଗୁଡା ଫୁଟବଲ ରେଫରି ସଂଘ ଗଢା ହୋଇଛି । ଏହି ସଂଘ ଗଢା ହେବା ପୂର୍ବରୁ ଏକ ବୈଠକ ବସିଥିିଲା । ଏଥିରେ ଜିଲ୍ଲାରେ ଫୁଟବଲ ଖେଳକୁ ନେଇ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଫୁଟବଲ ସଂଘର ଉନ୍ନତି କେମିତି ହେବ, ଆଗକୁ କଣ କଣ ଯୋଜନା ରହିଛି, ନୂଆ ନିୟମ କଣ ହୋଇପାରିବ, ପ୍ରତିଭାବାନ ଖେଳାଳି କିପରି ଚିହ୍ନଟ କରାଯିବ, ଖେଳାଳିଙ୍କୁ କିପରି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇହେବ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଜିଲ୍ଲାର ପ୍ରତିଭାବାନ ଫୁଟବଲ ଖେଳାଳୀଙ୍କୁ କିପରି ଚିହ୍ନଟ କରାଯିବ ସେନେଇ ଆଲୋଚନା ହେଇଥିଲା। ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଚୌଧୁରୀ ଏଚ୍.କାନ୍ତପାଲ୍ଲୀରେ ନୂଆ ତିଆରି ହୋଇଥିିବା କ୍ରୀଡ଼ା ଭବନରେ ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ସ୍ଥାପନ କରିବାକୁ ପ୍ରତିଶୃତି ଦେଇଛନ୍ତି।

ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ତଥା ପୂର୍ବତନ ରେଫରି ତାପସ ରାଇ ଚୌଧୁରୀ, ଜିଲ୍ଲା କ୍ରୀଡ଼ା ପରିଷଦର କୋଷାଧ୍ୟକ୍ଷ ତଥା ପୂର୍ବତନ ରେଫରି ଗଣେଶ ଚନ୍ଦ୍ର ନାୟକ, ପୂର୍ବତନ ରେଫରି ଶଙ୍କର ପଟେଲ, ଜିଲ୍ଲା କ୍ରୀଡ଼ା ପରିଷଦର ଉପାଧ୍ୟକ୍ଷ ତଥା ପୂର୍ବତନ ରେଫରି ବିଜୟ କୁମାର ଦାସ ଏବଂ ପୂର୍ବତନ ରେଫରି ମନସ ରଂଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବସିଥିଲା ଏହି ବୈଠକ ।

ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଏକ ଫୁଟବଲ ପରିଚାଳନା କମିଟି ଗଠନ କରାଯାଇଥିଲା ଯେଉଁଥିରେ ବିଜୟ କୁମାର ଦାସଙ୍କୁ ଜିଲ୍ଲା ଫୁଟବଲ ପରିଚାଳନା କମିଟିର ସଭାପତି, ରାଜେଶ ପଟେଲଙ୍କୁ ଉପ-ସଭାପତି, ଯୁଗ୍ମ ସଚିବ ଭାବେ କେ ଏସ୍ ଜଗନ୍ନାଥ ରାଓ, କାର୍ତ୍ତିକେଶ୍ୱର ଦାସ, କୋଷାଧ୍ୟକ୍ଷ ଭାବରେ ତରଜନ ବିଶ୍ୱାଳ, ଭୁବନେଶ୍ୱର ହାତି, ରମଣି ମାଜି, ସଞ୍ଜୟ ସାହୁ, ପି. ଏସ ରାଜେଶ୍ୱର ରାଓ ନୀଲ ନାୟକ ଏବଂ ମାନସ ରଂଜନ ଆଚାର୍ଯ୍ୟଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା।

Related Articles

Leave a Reply

Back to top button
error: Content is protected !!