?????

ଗୋଏଲ ହେଲେ ରାଜ୍ୟସଭାର ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପରେ ଥାୱରଚାନ୍ଦ ଗେହଲୋଟ ଖାଲି ପଡ଼ିଥିଲା ରାଜ୍ୟସଭାରେ ଶାସକ ଦଳର ନେତା ପଦ। ଏବେ ଏହି ସ୍ଥାନ ନେବେ ପୂର୍ହରୁ ରାଜ୍ୟସଭାର ଉପନେତା ଥିବା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ। ବୁଧବାର ସେ ରାଜ୍ୟସଭାରେ ଗୃହର ନେତା ଭାବରେ ନିଯୁକ୍ତ ହୋଇଛନ୍ତି। ଜୁଲାଇ 19 ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ।

ଗୋଏଲଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ଟ୍ୱିଟ୍ କରି କହିଛନ୍ତି ଯେ ପୀୟୁଷ ଗୋଏଲ ରାଜ୍ୟସଭାରେ ଗୃହର ନେତା ଭାବରେ ନିଯୁକ୍ତ କରାଯାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି।

ଗୋଏଲ ମହାରାଷ୍ଟ୍ରର ଜଣେ ରାଜ୍ୟସଭା ସଦସ୍ୟ ଯିଏ ପ୍ରଥମେ ଅଗଷ୍ଟ 2010ରେ ସଂସଦର ଏହି ଉପର ସଦନକୁ ନିର୍ବାଚିତ ହୋଇଥିଲେ। ଗୋଏଲ ବାଣିଜ୍ୟ ଏବଂ ଶିଳ୍ପ, ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ବୟନ ପରି ପ୍ରମୁଖ ମନ୍ତ୍ରଣାଳୟ ପାଖରେ ରଖିଠଛନ୍ତି।

Related Articles

Leave a Reply

Back to top button
error: Content is protected !!